କୋଦଳା, (ରାକେଶ ମହାରଣା):
ସ୍ୱାଭିମାନ କୁ ସ୍ୱାଧୀନ ଦେବା ହିଁ ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ଏଵଂ ନିଜ ମାଟି ମା କୁ ସଂମାନ ଦେଇ ତାକୁ ସ୍ୱାଧୀନତା ଦେବା ସମସ୍ତଙ୍କ ର ଅପରିହାର୍ଯ୍ୟ ବୋଲି କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ | 77 ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏକ ଯୁବ ବନ୍ଧୁ ମିଳନ ଉତ୍ସବରେ ଶ୍ରୀ ସାହୁ ନିଜର ଅନୁଭବୀ ଭାଷଣ ଦେବା ସହ ଭାରତ ମା ଓ ଦେଶ ପାଇଁ ଜୀବନ ଦେଇଥିବା ମହାପୁରୁଷ ଙ୍କ ସମେତ ନିଜ କବିସୂର୍ଯ୍ୟନଗର ର ମାଟି କୁ ଭୁୟସୀ ପ୍ରଶଂସା କରିଥିଲେ | ଆମେ ସମସ୍ତେ ଏକ ହୋଇ ଏହି ମାଟି ମା’ ର ସ୍ୱାଭିମାନ ପାଇଁ କାର୍ଯ୍ୟ କରିବା ବୋଲି ନିଜ ଉଦବୋଧନରେ କହିଥିଲେ | କବିସୂର୍ଯ୍ୟନଗର ଯୁବ ସଂଗଠନ ର ଆବାହକ ତଥା ସମାଜସେବୀକା ରଂଜିତା ସାହୁ ଙ୍କ ତତ୍ୱାବଧାନ ରେ ଅଗଷ୍ଟ ପନ୍ଦର ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ର ବରିଷ୍ଠ ନେତା ଶ୍ରୀଯୁକ୍ତ ହର ପ୍ରସାଦ ସାହୁଙ୍କ ସମେତ ତାଙ୍କ ଧର୍ମ ପତ୍ନୀ ତଥା କୋଦଳା ଏନଏସି ର ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଯୋଗ ଦେଇଥିଲେ |
କୋଦଳା ସ୍ଥିତ ନିଜ ଵାସ ଭବନରୁ ହଜାରେ ରୁ ଉର୍ଦ୍ଧ ବାଇକ ଶୋଭାଯାତ୍ରା ରେ ବାହାରି ଶ୍ରୀ ସାହୁ କବିସୂର୍ଯ୍ୟନଗର ରେ ପହଂଚିବା ପରେ ସେଠାରେ କବିସୂର୍ଯ୍ୟନଗର ଯୁବ ସଂଗଠନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | କବିସୂର୍ଯ୍ୟନଗର ଯୁବ ସଂଗଠନ ତରଫରୁ ଅତି ସୁନ୍ଦର ଆୟୋଜନ ପାଇଁ ଶ୍ରୀ ସାହୁ ବେଶ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ସଭିଏଁ ସଂଗଠିତ ହୋଇ କବିସୂର୍ଯ୍ୟନଗର ର ଜନସାଧାରଣ ଙ୍କ ହିତ ନିମନ୍ତେ କାର୍ଯ୍ୟ କରନ୍ତୁ ବୋଲି ମତ ରଖିଥିଲେ | ଯେଉଁ କବିସୂର୍ଯ୍ୟନଗର ମାଟି ସମସ୍ତଙ୍କୁ ପରିଚୟ ଦେଇଛି ସେଇ ମାଟି ମା ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ ଶ୍ରୀ ସାହୁ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ପରେ ଯୁବ ସଂଗଠନ ର ଆବାହିକା ରଂଜିତା ସାହୁ ସଂଗଠନ ର ଲକ୍ଷ ଓ ଉଧ୍ୟେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ | କୋଦଳା ଏନଏସି ର ପୂର୍ବତନ ଉପାଧ୍ୟକ୍ଷା ଶ୍ରୀମତୀ ସୁନୀତା ପ୍ରଭା ସାହୁ ନିଜର ଅଭିଭାଷଣ ମାଧ୍ୟମରେ ସଂଗଠନ ର ଉତ୍ତୋରତର କାମନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା | ତେବେ 2024 ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ କୁ ନେଇ ବର୍ତମାନ କବିସୂର୍ଯ୍ୟନଗର ରାଜନୀତି ସରଗରମ ହେଉଥିବା ବେଳେ ଏହି ବାଇକ ଶୋଭାଯାତ୍ରା ରାଜନୈତିକ ସମୀକ୍ଷକ ଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି |
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l