ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :16/08 ଦେଇଥିବା ପ୍ରତିଶୃତି କୁ ଗୋଟିଏ ପରେ ଗୋଟିଏ ପୂରଣ କରି ଏକ ଆଦର୍ଶ ପଞ୍ଚାୟତ ଗଢିତୋଳିବା ର ସ୍ବପ୍ନ କୁ ସାକାର କରିବାରେ ଲାଗିଛନ୍ତି ରାମଗଡ ସରପଞ୍ଚ ପ୍ରବାସିନୀ ଯୋଶୀ!ପଞ୍ଚାୟତ ର, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଆଲୋକୀ କରଣ, ପାନୀୟ ଜଳ କୁ ପ୍ରାଧାନ୍ୟ ଦେଇ ଆଜି ହଠାତ ରାମଗଡ 5t ସ୍କୁଲ, ପ୍ରାଥମିକ ବିଦ୍ୟାଳୟ ଓ ରାମଗଡ ଅଙ୍ଗନବାଡି କେନ୍ଦ୍ର (କ )କୁ ପରିଦର୍ଶନ କରିଥିଲେ!5t ସ୍କୁଲ ର ଶ୍ରେଣୀ ଗୃହ କୁ ଯାଇ ପିଲାଙ୍କ ପାଠ ପଢା ବୁଝିବା ସହ ଛାତ ଛାତ୍ରୀ ଙ୍କ ସହିତ ପାନୀୟ ଜଳ, ମଧ୍ୟାହ୍ନ ଭୋଜନ,ଉପସ୍ଥାନ, ପରିସ୍ରାଗାର, ଆଲୋକୀ କରଣ ଉପରେ ପଚାରି ବୁଝିଥିଲେ ଓ ବୁଲି ଦେଖିଥିଲେ !

ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହିତ ଗୁଣାତ୍ମକ ଶିକ୍ଷା ର ଶିକ୍ଷା ଦାନ ଉପରେ ଆଲୋଚନା କରିଥିଲେ!ପରେ ପ୍ରାଥମିକ ବିଦ୍ୟାଳୟ କୁ ଯାଇ MDM ଖାଦ୍ୟ ପରଖିବା ସହ ସ୍କୁଲ ର ଭିତିଭୂମି ବୁଲି ଦେଖିଥିଲା!ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ର ଆବଶ୍ୟକ ଥିବାରୁ ଖୁବ ଶୀଘ୍ର ଶିକ୍ଷା ଅଧିକାରୀ ଙ୍କ ସହିତ ଆଲୋଚନା କରି ଶ୍ରେଣୀ ଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ!ଅନ୍ୟ ପଟେ ରାମଗଡ ଅଙ୍ଗନବାଡି କେନ୍ଦ୍ର (କ )ପରିଦର୍ଶନ କରି ପୋଷକ ଖାଦ୍ୟ ପରୀକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ! ସରପଞ୍ଚ ଉକ୍ତ ସମସ୍ତ କାର୍ଯ୍ୟକ୍ରମ ନେଇ ବୁଦ୍ଧିଯିବି ମହଲରେ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି!


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l