*ଅଙ୍ଗନବାଡିକେନ୍ଦ୍ରରେ ଝୁଲୁଛି ତାଲା*

ରିପୋର୍ଟ :- ମୋହନଲାଲ ସୁନାନୀ

ଚନ୍ଦାହାଣ୍ଡି ,୧୬।୮(ଆମ ଓଡିଶା ଖବର )ନିୟମିତ କେନ୍ଦ୍ର ଖୋଲୁ ନାହାନ୍ତି ଅଙ୍ଗନବାଡି କର୍ମୀ ।ଦୀର୍ଘ ଦିନରୁ କେନ୍ଦ୍ରରେ ଝୁଲୁଛି ତାଲା।ଫଳରେ କୁନି କୁନି ପିଲାଙ୍କ ପ୍ରାକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।ଅନ୍ୟପକ୍ଷରେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।କେନ୍ଦ୍ରକୁ ଆସୁଥିବା ପୁଷ୍ଟିକର ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀକୁ ବାହାରେ ବିକ୍ରି କରାଯାଇ ଅର୍ଥ ଆତ୍ମସାତ୍ କରୁଛନ୍ତି ଅଙ୍ଗନବାଡି କର୍ମୀ ।ଏଭଳି ଅଭିଯୋଗ କରିଛନ୍ତି ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତର ରତାଖଣ୍ଡିପଡା  ର ଗ୍ରାମବାସୀ ।ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ହେବା ଦିନ ଠାରୁ କେନ୍ଦ୍ର ଠିକରେ ଖୋଲୁ ନାହାନ୍ତି କର୍ମୀ।ଅଙ୍ଗନବାଡି ଗୃହ ନ ଥିବାରୁ ନିଜଘରେ କେନ୍ଦ୍ର ଚଳାଉଛନ୍ତି । ନିଜ ଘରେ ଚାଲୁଥିବାରୁ ଭଡା ବାବଦକୁ ସରକାର ୧୦୦୦ଟଙ୍କା ଭଡା ଦିଆ ଯାଉଛି। ଅଙ୍ଗନବାଡି କର୍ମୀ ଭାବେ ଅନୁପମା ମାଝୀ ନିଯୁକ୍ତି ପାଇଛନ୍ତି।ନିୟମିତ କେନ୍ଦ୍ର ଖୋଲୁନାହାନ୍ତି।ପାଞ୍ଚ ଛଅ ମାସକୁ ଥରେ ହିତାଧିକାରୀଙ୍କୁ ୨/୪ଟି ଅଣ୍ଡାଧରେଇ ଦିଆଯାଉଛି ।କର୍ମୀ କେନ୍ଦ୍ର ଖୋଲୁ ନ ଥିବାରୁ ଶିଶୁଙ୍କ ପ୍ରାକ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଛି।କେଉଁ ଦିନ କୌଣସି ଅଧିକାରୀ ଆସୁଛନ୍ତି ତାହାହେଲେ ପୂର୍ବରୁ ସୂଚନା ପାଇ କେନ୍ଦ୍ର ଖୋଲାଯାଉଛି ।ଶିଶୁ,ପ୍ରସୂତି ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କୁ ବିକ୍ରି କରି ଟଙ୍କା ଆତ୍ମସାତ କରୁଥିବା ଗାଁ ର ଫୁଲମତି ଧୁରୁଆ, ମାଳତୀ ଧୁରୁଆ, ଉର୍ମିଳା ସୋରି, ଯଶୋଦା ଧୁରୁଆ, କୁଳମଣି ଧୁରୁଆ, ଭାଗ୍ୟ ଧୁରୁଆ, ବିଳାସ ଧୁରୁଆ, ଉଦନ୍ତୀ ଧୁରୁଆ ପ୍ରମୁଖ ଅଭିଯୋଗ କରିଛନ୍ତି।

ଜିଲ୍ଲା ପ୍ରଶାସନ ଏହାର ନିରପେକ୍ଷତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।ଏ ସମ୍ପର୍କରେ ଆମେ ଅଙ୍ଗନବାଡି କର୍ମୀ ଶ୍ରୀମତୀ ମାଝୀଙ୍କୁ ପଚାରିବାରୁ ଅଙ୍ଗନବାଡି ଗୃହ ଓ ସହାୟିକା ନ ଥିବା କହିଥିଲେ । ଗ୍ରାମବାସୀ ଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିବାରୁ ଏଭଳି ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ସିଡିପିଓ ସୁଦର୍ଶନୀ ରଥ କହିଛନ୍ତି ଯେ ସେଗାଁ କୁ ଯାଇ ଘଟଣାର ତଦନ୍ତକରିବେ ଯଦି କର୍ମୀ ଜଣକ ଏଭଳି ଦୁର୍ନୀତିରେ ଲିପ୍ତ ଥିବା ସତ୍ୟତା ମିଳେ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବୋଲି କହିଛନ୍ତି  |

error: Content is protected !!