କୋଦଳା, (ରାକେଶ ମହାରଣା): ସରକାର ଙ୍କ ବାର୍ଦ୍ଧକ୍ୟ ଭତ୍ତା ଏଵଂ ବିଧବା ଭତ୍ତା ବଣ୍ଟନ ଯୋଜନା କେମିତି ହିତାଧିକାରୀ ଙ୍କ ନିକଟରେ ପହଂଚିବ ସେ ନେଇ ଚେଷ୍ଟା ଜାରୀ ରଖିଛନ୍ତି ଦିଗାପଡା ସରପଞ୍ଚ ସମୀର କୁମାର ଶତପଥି | ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡା ପଞ୍ଚାୟତ ଗୃହରେ ବୁଧବାର ଆୟୋଜିତ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃଦ୍ଧ/ବୃଦ୍ଧା ତଥା ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ | ସନମାନିତ ଅତିଥି ଭାବେ ଓଡିଶା କନଷ୍ଟେବଳ ସିପାହୀ ସଂଘ ର ରାଜ୍ୟ ସଭାପତି ସନ୍ତୋଷ କୁମାର ଶତପଥି ଯୋଗ ଦେଇ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହିତ ସରପଞ୍ଚ ଶ୍ରୀ ସମୀର କୁମାର ଶତପଥି ଙ୍କୁ ବେଶ ପ୍ରଶଂସା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମୋଟ 85 ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ସମସ୍ତ ହିତାଧିକାରୀ ଙ୍କୁ ଏହି ଭତ୍ତା ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି ସରପଞ୍ଚ ଶ୍ରୀ ଶତପଥି |
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l