ଖୋର୍ଦ୍ଧା (ଆମ ଓଡିଶା ଖବର )ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ଉଜ୍ୱଳା-ଗୋପିନୀଥପୁର’ ଗ୍ରାମରେ ଜଣେ ଶିଶୁପୁତ୍ର କୁ ପ୍ରଥମେ ଅପହରଣ କରିବା ପରେ ତାକୁ ଗୋଟିଏ ପଥରଖଣି ନିକଟରେ ହତ୍ୟା କରିବା ପରେ ହତ୍ୟାକାଣ୍ଡ କୁ ଲୁଚାଇବା ପାଇଁ ଶିଶୁପୁତ୍ର ର ମୃତ ଦେହକୁ ଲୁଙ୍ଗି ରେ ବାନ୍ଧିବା ଏବଂ ସେଥିରେ ପଥର ବାନ୍ଧି ପାଣି ଭର୍ତ୍ତି ଆଉ ଏକ ମାଙ୍କଡା-ପଥରଖଣି ରେ ଫିଙ୍ଗି ଦେବା ଘଟଣା ସାରା ଅଞ୍ଚଳରେ ଚହଳ ପକାଇଛି । ଶିଶୁପୁତ୍ର ନିଖୋଜ ହେବାର ଦୀର୍ଘ ୪ ଦିନ ପରେ ଟାଙ୍ଗୀ ପୋଲିସ ୫ ଦିନ ସନ୍ଧ୍ୟାରେ ଶିଶୁପୁତ୍ର ର ମୃତ ଦେହକୁ ଠାବ କରିବାରେ ସକ୍ଷମ ହୋଇଥିଲା , ଏବଂ ଟାଙ୍ଗୀ ପୋଲିସ ଯେଉଁ ମାନଙ୍କ ଉପରେ ସନ୍ଦେହ କରି ଥାନାରେ ଅଟକ ରଖିଥିଲା ସେହି ମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଏଭଳି ଅମାନବୀୟ କାଣ୍ଡ ଭିଆଇଥିଲେ । ହତ୍ୟାକରୀ ମାନଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବା ପାଇଁ ମୃତ ଶିଶୁପୁତ୍ର ର ଆତ୍ମୀୟ ମାନେ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଭୁଷଣ୍ଡପୁର ଫାଣ୍ଡି ଅଞ୍ଚଳର ‘ଉଜ୍ୱଳା-ଗୋପିନାଥପୁର’ ଗ୍ରାମର ସୁବାଷ ପ୍ରଧାନଙ୍କ ଶିଶୁପୁତ୍ର ରାହୁଲ୍ @ ସୈ।ମ୍ୟ ରଞ୍ଜନ (ବୟସ- 4 ବର୍ଷ) । ଗତ ୧୭-୧୧-୨୩ ତାରିଖ ଦିନ ୧୧ଟା ଠାରୁ ନିଖୋଜ ହୋଇଥିବା ଭୁଷଣ୍ଡପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ଅନୁସାରେ ଟାଙ୍ଗୀ ଥାନା ଇନ୍ସପେକ୍ଟର , ବାଲୁଗାଁ SDPO , ଖୋର୍ଦ୍ଧା SP ଘଟଣା ସ୍ଥଳରେ ପହଞ୍ଚି ଏକାଧିକ ଟିମ୍ ଗଠନ କରି ତନାଘନା କରିବା ପରେ ୨୧-୧୧-୨୩ ତାରିଖରେ ଶିଶୁପୁତ୍ର ର ମୃତ ଦେହକୁ ଜଙ୍ଗଲ ମଧ୍ୟରେ ଥିବା ପଥରଖଣି ରୁ ଉଦ୍ଧାର କରାଗଲା ।
କାହିଁକି ହତ୍ୟାକରୀ ମାନେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲେ , ହତ୍ୟାକାଣ୍ଡ ପଛରେ କ’ଣ ରହିଛି ସେମାନଙ୍କର ଉଦ୍ଦେଶ୍ୟ , ପୋଲିସ କିଭଳି ହତ୍ୟାକରୀ ମାନଙ୍କୁ ଧରିଲା ? ପରିସ୍ଥିତି କୁ ନଜରରେ ରଖି ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି , ଯାହାକୁ ନେଇ ଗାଁରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସସ୍ପେନସ୍ ଘଟଣାର ପଡିଲା ପୂର୍ଣ୍ଣଛେଦ । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଟାଙ୍ଗୀ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁହେଁ ସେହି ଗାଁର ମୁକ୍ତେଶ୍ୱର ପ୍ରଧାନ ଓ ପ୍ରକାଶ ପରିଡ଼ା । ପୂର୍ବ ଶତ୍ରୁତା କୁ ନେଇ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ସେସବୁ ସମ୍ପର୍କରେ ଖୋର୍ଦ୍ଧା ଆଡିସିନାଲ୍ SP କହିଛନ୍ତି ।
ଭୁଷଣ୍ଡପୁର ଶିଶୁପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା : ୨ ହତ୍ୟାକାରୀ ଗିରଫ
******** ******* ******


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.