ରିପୋର୍ଟ -ଇନ୍ଦ୍ର କୁମାର
ଆଙ୍କର,କୁନ୍ଦୁରା ଥାନା କେରମେଟି ପଞ୍ଚାୟତ ବାଲି ବେଢ଼ା ଗାଁ ନିକଟରେ ଆଜି ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି କୁନ୍ଦୁରା ପୁଲିସ୍ l ମୃତକ ହେଲେ ଫୁଲଭଟ୍ଟା ପଞ୍ଚାୟତର କୁସୁମଗୁଡ଼ା ଗାଁ ର ବନ ସାନ୍ତା, ବୟସ ୩୮ ବୋଲି ଜଣା ପଡିଛି, ସେ ଆଜକୁ ୬ ଦିନ ତଳେ ନିଜ ଦାଦା ଏଣ୍ଡୁ ସାନ୍ତା ଡୁଡୁମ ପଦର ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ l ଆଜି ସକାଳେ ଗାଁ ନିକଟରେ କିଛି ଲୋକ ଝୁଲନ୍ତା ଶବ ଦେଖି ସରପଞ୍ଚଙ୍କୁ ସୂଚନା ଦେଇଥିଲେ l ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ,ଏସ ଆଇ ଗୋବିନ୍ଦ ହାଂସଦା, ଅନ୍ୟ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ l ମୃତ ଦେହ ୪/୫ ଦିନରୁ ଅଧିକ ହୋଇଥିବାରୁ ବ୍ୟବଚ୍ଛେଦ ପାଇଁ ନେବାକୁ ସମ୍ଭବ ହୋଇ ନ ଥିଲା ତେଣୁ ଡାକ୍ତର ଘଟଣା ସ୍ଥଳରେ ଯାଇ ବ୍ୟବଚ୍ଛେଦ କରିଥିଲେ l ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଅନୁମାନ କରୁଛି ପୁଲିସ୍ l ମୃତ ବନଙ୍କ ସ୍ତ୍ରୀ ସମାରି (୩୫) ,ଝିଅ କୁମାରୀ (୧୧) ରଶ୍ମି ୩ ବର୍ଷ ଓ ସାନ ପୁଅ ୨ ମାସର ରହିଛନ୍ତି l ଏହି ପରି 3ଟି ସନ୍ତାନ ରହିଛନ୍ତି, ସେ ସରଳ ସ୍ୱଭାବର ଥିଲେ , କୁଲି ମଞ୍ଜୁରୀ କରି ପରିବାର ପଷଣ କରି ଆସୁଥିଲେ l ବେଳେ ବେଳେ ମସ୍ତିଷ୍କ ବିକୃତ ହେଉଥିବା ପରିବାର ଓ ଗାଁ ଲୋକ କହିଛନ୍ତି l ଆତ୍ମ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ l ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୁଲିସ୍ l


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.