ରିପୋର୍ଟ -ଇନ୍ଦ୍ର କୁମାର
ଆଙ୍କର,କୁନ୍ଦୁରା ଥାନା କେରମେଟି ପଞ୍ଚାୟତ ବାଲି ବେଢ଼ା ଗାଁ ନିକଟରେ ଆଜି ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି କୁନ୍ଦୁରା ପୁଲିସ୍ l ମୃତକ ହେଲେ ଫୁଲଭଟ୍ଟା ପଞ୍ଚାୟତର କୁସୁମଗୁଡ଼ା ଗାଁ ର ବନ ସାନ୍ତା, ବୟସ ୩୮ ବୋଲି ଜଣା ପଡିଛି, ସେ ଆଜକୁ ୬ ଦିନ ତଳେ ନିଜ ଦାଦା ଏଣ୍ଡୁ ସାନ୍ତା ଡୁଡୁମ ପଦର ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ l ଆଜି ସକାଳେ ଗାଁ ନିକଟରେ କିଛି ଲୋକ ଝୁଲନ୍ତା ଶବ ଦେଖି ସରପଞ୍ଚଙ୍କୁ ସୂଚନା ଦେଇଥିଲେ l ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ,ଏସ ଆଇ ଗୋବିନ୍ଦ ହାଂସଦା, ଅନ୍ୟ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ l ମୃତ ଦେହ ୪/୫ ଦିନରୁ ଅଧିକ ହୋଇଥିବାରୁ ବ୍ୟବଚ୍ଛେଦ ପାଇଁ ନେବାକୁ ସମ୍ଭବ ହୋଇ ନ ଥିଲା ତେଣୁ ଡାକ୍ତର ଘଟଣା ସ୍ଥଳରେ ଯାଇ ବ୍ୟବଚ୍ଛେଦ କରିଥିଲେ l ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଅନୁମାନ କରୁଛି ପୁଲିସ୍ l ମୃତ ବନଙ୍କ ସ୍ତ୍ରୀ ସମାରି (୩୫) ,ଝିଅ କୁମାରୀ (୧୧) ରଶ୍ମି ୩ ବର୍ଷ ଓ ସାନ ପୁଅ ୨ ମାସର ରହିଛନ୍ତି l ଏହି ପରି 3ଟି ସନ୍ତାନ ରହିଛନ୍ତି, ସେ ସରଳ ସ୍ୱଭାବର ଥିଲେ , କୁଲି ମଞ୍ଜୁରୀ କରି ପରିବାର ପଷଣ କରି ଆସୁଥିଲେ l ବେଳେ ବେଳେ ମସ୍ତିଷ୍କ ବିକୃତ ହେଉଥିବା ପରିବାର ଓ ଗାଁ ଲୋକ କହିଛନ୍ତି l ଆତ୍ମ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ l ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୁଲିସ୍ l
More Stories
ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।