( ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ସେପଟେ ଘଟଣା ପରେ ସହରବାସୀ ଏବେ ଆତଙ୍କିତ ଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ା ସହରର ମଧ୍ୟ ଭାଗରେ ଥିବା ନେହେରୁ ଛକ ନିକଟସ୍ଥ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାଷ ଆଚାରୀ ଦୋକାନ ଖୋଲିବାକୁ ଆସି ଦୋକାନ ତାଲା ଖୋଲୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ହଠାତ୍ ଏକ ମୋଟରସାଇକେଲରେ ଆସି ପ୍ରଥମେ ସୁବାଷଙ୍କ ବାମ ହାତକୁ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଗୁଳିମାଡ କରି ସୁବାଷ ହାତରେ ଧରିଥିବା ଗହଣା ବ୍ୟାଗ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଆଖୁ ପିଛୁଳାକେ ଚମ୍ପଟ ମାରିଥିଲେ ତିନି ଦୁର୍ବୃତ୍ତ । ସେପଟେ ସକାଳୁ ସକାଳୁ ସହରର ମଧ୍ୟ ଭାଗରେ ଏଭଳି ଘଟଣାକୁ ଦେଖି ସହରବାସୀ ଆତଙ୍କିତ ଥିବା ବେଳେ ସରକାରଙ୍କ ଦ୍ବାରା ସହରରେ କରାଯାଇଥିବା ସିସିଟିଭି ବ୍ୟବସ୍ଥା ବର୍ତ୍ତମାନ ଅକାମୀ ହୋଇପଡିଥିବା ଯୋଗୁଁ ଦୁର୍ବୃତ୍ତ ଏଭଳି କାଣ୍ଡ କରିବାକୁ ସାହାସ କରୁଛନ୍ତି ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.