ବାଣପୁର :(ବିୟୁରୋ ରିପୋର୍ଟ )
ବାଣପୁର:-ଆଜି ତା :26/08 ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ଗ୍ରାମ ଆର ଆଇ ଅଫିସ ନିକଟରେ ଚୋରା ଦେଶୀ ମଦ ନେଇ କୋସୋରଡ଼ା ଠାରୁ ବାଲୁଗାଁ ଆଭିମୁଖ୍ୟ ଯାଉଥିବା ସମୟରେ ଚଢ଼ାଉ କରି ଜଣେ ଦେଶୀମଦ ବେପାରୀ କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ତିରିଶି ଲିଟର ଦେଶୀମଦ ସମେତ ଏକ ସୁଜୁକି ଆକ୍ସେସ ମୋଫେଡ଼ ଗାଡିଟି ଜବତ କରିଛି ବାଲୁଗାଁ ଅବକାରୀ ବିଭାଗ।
ସୂଚନା ମୁତାବକ ଆଜି ବାଣପୁର ପ୍ରତାପ ଗ୍ରାମ ଆର ଆଇ ଛକ ନିକଟରେ କୈାଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ବାଲୁଗାଁ ଗୁଣ୍ଡୁରୁପୁରୁ ସାହିର ଆଲୋକ ଗଜେନ୍ଦ୍ର (37) ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ 30 ଲିଟର ଦେଶୀମଦ ସମେତ ଏକ ସୁଜୁକି ଆକ୍ସେସ ଗାଡିଟି ଜବତ କରି ଅବକାରୀ ଥାନାରେ 95/23-24 ରେ ଏକ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।


More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance