ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଦିନ ଦ୍ୱିପ୍ରହର ଚୋରି, ପୁଣି ବିନା ଡରରେ ଏକ କାରରେ ଆସି ଘର ଗ୍ରିଲ ର ତାଲା ଭାଙ୍ଗି ଓ ଘରର ମୁଖ୍ୟ କବାଟ ତାଲା ଭାଙ୍ଗି ଲକ୍ଷା ଧିକ ଟଙ୍କା ସହ ଭରି ଭରି ସୁନା ଅଳଙ୍କାର ଧରିକି ଛୁ ମାରିଲେ ଚୋର ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ଛକ ତୁଳସୀ ନଗର ରେ ଦିନ ଦିପହରେ କିଛି ଦୁର୍ବୁତ୍ତ କଳାକନା ବୁଲାଇ ଆଖି ପିଛୁଳାକେ ଚମ୍ପଟ ମାରିଛନ୍ତି ! ଗୋଟେ ନୀଳ ରଙ୍ଗର ଇକୋସ୍ପୋଟ କାର ରେ କିଛି ଦୁର୍ବୁତ୍ତ ଆସି ପ୍ରାୟ ଦିନ 1.30 ମିନିଟ ପାଖାପାଖି ରେ ଅନିରୁଦ୍ଧ ପ୍ରାଣିଗ୍ରାହୀ ଙ୍କ ଘର ଗ୍ରିଲ ଭାଙ୍ଗି ତାଙ୍କ ଘରେ ପଶିଥିଲେ ! ତାପରେ ଘରେ କିଏ ନଥିବାର ସୁଯୋଗ ନେଇ ଶୋଇବା ଘରେ ଥିବା ଦୁଇଟି ରୁମ ର ଦୁଇଟା ଅଲମେରା ଭାଙ୍ଗି ପ୍ରାୟ 10 ଭରି ରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ 50 ହଜାର ଟଙ୍କା ଓ କିଛି ଏଟିଏମ କାର୍ଡ ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି !

ଅନିରୁଦ୍ଧ ପାଣିଗ୍ରାହୀ ଶ୍ରାଦ୍ଧ ଦେବାକୁ ବାହାରକୁ ଯାଇଥିବା ବେଳେ ସେହି ଘରେ ତାଙ୍କ ପୁଅ ଥିଲେ, କିନ୍ତୁ ଘର ଓ ଗ୍ରିଲ ଚାବି ପକାଇ ନିକଟରେ ଥିବା ନିଜଗ୍ରାମ ଇଞ୍ଜନପୁରକୁ ଖାଇବାକୁ ଦିନ ଦ୍ୱିପ୍ରହରରେ ଯାଇଥିଲେ l ନିଜ ଗ୍ରାମରୁ ଫେରି ପୁଅ ଦେଖିଲେ ଚାବି ଭଙ୍ଗାଜlଇଛି l ମାତ୍ର ଅଳ୍ପ ବ୍ୟବଧାନ ଭିତରେ ଚୋରି ହୋଇଥିବା ଯାହାସୂଚନା ଦେଇଛନ୍ତି ଘରଲୋକ l ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଖାଁ ଖାଁ ରାସ୍ତା ଘାଟ ଜନ ଶୂନ୍ୟ,ଏହାର ସୁଯୋଗ ନେଇ ଚୋରି କରି ସହଜରେ ଖସି ପଳେଇବାରେ ସକ୍ଷମ ହେଇଛାନ୍ତି ଚୋର l ବାଲୁଗାଁ ପୋଲିସ ଖବର ପାଇ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏହିପରି ଦିନ ଦୁଇପହରରେ ଚୋରି ହେଉଥିବାରୁ ଲୋକଙ୍କ ମନରେ କୋକୁଆ ଭୟର ବାତାବରଣ ଖେଳିଯାଇଛି !!


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।