ବାଣପୁର :ବିୟୁରୋ ରିପୋର୍ଟ
ବାଣପୁର :ଖୋର୍ଦ୍ଧା ଜିଲ୍ଲା ବାଣପୁର ଜଗନାଥପୁର ଗ୍ରାମର ସୁଦର୍ଶନ ଦଣ୍ଡସେଣା ଙ୍କ ପୁଅ ସୁମନ ଦଣ୍ଡସେଣା. (24)ଘରର କରଜ ସୁଜିବା ନିମନ୍ତେ . ଅଧିକ ରୋଜଗାର ଆଶାରେ ବାଣପୁର ର ଜଣେ ଶ୍ରମିକ ଭାବେ କାମ କରିବାକୁ ଚଳିତ ବର୍ଷ ଫ୍ରେବୁଆରି ମାସରେ ବାଣପୁରରୁ ସୁଦୂର ଦୁବାଇ. ଗଲ୍ଫ ଏସିଆ କମାନୀରେ କାମ କରିବାକୁ ମୁମ୍ବାଇ ଓଏମଜୀ ଏଜେନସି ମାଧ୍ୟମରେ ଯାଇଥିଲେ . ତେବେ ସେଠାରେ ଚଳିତ ମାସ 20 ତାରିଖ ଗୁରୁବାର ଦିନ ସୁମନ ର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ଦୁବାଇ ରୁ ତାଙ୍କ ଘରକୁ ଖବର ଆସିଥିଲା . ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ .ଆଜି ଦୁବାଇରୁ ବିମାନ ଯୋଗେ ବିଶାଖାପାଟନାମ ବିମାନ ବନ୍ଦର ପହଞ୍ଚିଥିଲା ସେଠାରୁ ଆମ୍ବୁଲାନ୍ସ ଯୋଗେ ରାତି 8.30 ସମୟରେ ସୁମନର ମରଶରୀର ବାଣପୁର ନିଜ ବାସଭବନ ରେ ପହଞ୍ଚିଥିଲା, ଶୋକାକୁଳ ପରିବେଶରେ ଗ୍ରାମ ସ୍ମଶାନରେ ଶବ ସଂସ୍କାର କରାଯାଇଥିଲା.ତାଙ୍କ ପରିବାର ଲୋକେ କହିବା ମୁତାବିକ ସାତଦିନ ତଳେ ବା ଗୁରୁବାର ଦିନ ସୁମନର ସେଠାରେ କିପରି ମୃତ୍ୟୁହେଲା ତାହା କମ୍ପାନୀ ଆମକୁ ଜଣାଇନଥିଲା . କିନ୍ତୁ ଆମ ପାଖକୁ ଶୁକ୍ରବାର ରାତିରେ ଖବର ଆସିଥିଲା ସୁମନର ମୃତ୍ୟୁ ହୋଇଛି . ଆମେ ଗରିବ ଆମର ରୋଜଗାରିଆ ପୁଅର କିପରି ମୃତୁ ହେଲା ତାହା ଆମକୁ ଜଣାନାହିଁ . ଓଡ଼ିଶା ସରକାରଙ୍କ ମାଧ୍ୟମରେ ଦୁବାଇ ରେ ଥିବା ଭାରତ ଏମ୍ବାସି ସହଯୋଗରେ ଗଲ୍ଫ ଏସିଆ କମ୍ପାନୀ ଠାରୁ ଆମକୁ କିଛି ସାହାଯ୍ୟ କଲେ ଆମେ ବିଶେଷ ଉପକୃତ ହେବୁ ବୋଲି ସୁମନର ପରିବାର କହିଛନ୍ତି l


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।