ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସୁନାଖଳା ମଧ୍ୟ ରାସ୍ତାରେ ଥିବା ପର୍ଶୁରାମ ଜୁନିଅର ମହାବିଦ୍ୟାଳୟ ପରିସରରୁ ଚୋରି ହୋଇଥିବା ଜଣାପଡିଛି। ଗତକାଲି ଗୁରୁବାର ବିଳମ୍ବିତ ରାତ୍ରିରେ ଉକ୍ତ ଚୋରି ହୋଇଥିବା ଜଣାପଡିଛି। କଲେଜର ମୁଖ୍ୟ ଫାଟକ ତାଲା ଭାଙ୍ଗି କାର୍ଯ୍ୟାଳୟରୁ ଅନେକ ଉପକରଣ ଲୁଟି ନେଇଛନ୍ତି ଦୁର୍ବୁତ୍ତ l
ଅଧ୍ୟକ୍ଷଙ୍କ ଓ ପ୍ରଶାସନିକ ବିଭାଗ କକ୍ଷର ତାଲା ଭାଙ୍ଗି ବହୁ ସାମାନ ଲୁଟି ନେଇଥିବା ସହିତ ପ୍ରମାଣ ହଜେଇବାପାଇଁ କଲେଜର ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। କିଛିଦିନ ପୂର୍ବରୁ ଦୁର୍ବୁତ୍ତମାନେ ନିକଟସ୍ଥ ଫାଣ୍ଡି ଭିତରେ ପସି ଫାଣ୍ଡି ଅଧିକାରୀଙ୍କ ଗାଡିକୁ ଲୁଟିନେଇଥିଲେ । ଏ ନେଇ ଫାଣ୍ଡି ଅଧିକାରୀ ଶ୍ରୀ ବିଶ୍ଵାଳଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ବର୍ତ୍ତମାନ ସମୟରେ ଫାଣ୍ଡିରେ କର୍ମଚାରୀ ଅଭାବ, ମୂଖ୍ୟ କଥା ହେଉଛି ଗମ୍ଭାରିମୁଣ୍ଡା ଗ୍ରାମକୁ ସଂଯୋଗ ହୋଇଥିବା ମୂଖ୍ୟ ରାସ୍ତାର ଆରମ୍ଭ ଏବଂ ଶେଷରେ ଦୁଇଟି ସମ୍ବେଦନଶୀଳ ଥାନା ରହିଥିଲେ ମଧ୍ୟ କିଭଳି ଦୁର୍ବୁତ୍ତମାନେ ଏଭଳି ଘଟଣା ଘଟାଇବାକୁ ସାହାସ କରୁଛନ୍ତି । ବାଣପୁର ବାଲୁଗାଁ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ବାରମ୍ବାର ଦୁର୍ବୁତ୍ତ ମାନଙ୍କର ଉତ୍ପାତ ବଢିଚାଲିଛି lପେଟ୍ରୋଲିଙ୍ଗ କଡାକଡି କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି I


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.