ବିୟୁରୋ ରିପୋର୍ଟ )
କଟକ କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମ ପଞ୍ଝାରେ ଧରାପଡ଼ିଲେ ପାଞ୍ଚେ ପେଷାଦାର ବନ୍ଧୁକ ବେପାରୀ । ସେମାନଙ୍କ ଠାରୁ ପାଞ୍ଚଚୋ ଟି ଜବତ ବନ୍ଧୁକ ସାଙ୍ଗକୁ ପଚାସ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି । ଏହି କାରବାରରେ ବ୍ୟବହାର ହେଉଥିବା ଏକଟି କାର, ଓ ଦୁଇଟି ବାଇକ ଜବତ କରାଯାଇଛି। ଅଭିଯୁକ୍ତମାନେ କଟକ ସହରରରେ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଏହି ବନ୍ଧୁକ କାରବାର ଚଳାଇଥିଲେ । ଏନେଇ ଆଜି ଏକ ପ୍ରେସମିଟ ରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଧରାପଡ଼ିଥିବା ପାଞ୍ଚଜଣ ଅଭିଯୁକ୍ତ ହେଲେ ସତ୍ୟଜିତ ଜେନା ଓରଫ (କାଳିଆ) ଦୁର୍ଗା ଦାସ, ଏମଡି ରହିମ, ଏସକେ ୱାସୀମ, ଆସିଫ ସାମଲ। ଏମାନେ କଟକରେ ରହି ଏହି ବେଆଇନ ବନ୍ଧୁକ ଓ ଗୁଳି କାରବାର ଚଳାଇଥିଲେ। ଅଭିଯୁକ୍ତ କହିଛନ୍ତି, ବାଲି ବେପାରୀ, ଠିକାଦାରୀ ମାଲ ପରିବହନ ବ୍ୟବସାୟୀଙ୍କ ସମେତ ଛୋଟବଡ଼ ଅପରାଧରେ ସକ୍ରିୟ ଥିବା ଅସମାଜିକ ମାନଙ୍କୁ ଏହି ଅଭିଯୁକ୍ତମାନେ ବେଆଇନ ବନ୍ଧୁକ ଓ ଗୁଳି ଯୋଗାଇ ଦେଉଥିଲେ । ସମସ୍ତ ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ସୁଚନା ମିଳିଛି । ଏମାନଙ୍କ ମଧ୍ୟରୁ ଏକାଧିକ ଧଳ ସାମନ୍ତ ଗୋଷ୍ଠୀର ସଦସ୍ୟ ବୋଲି ଜଣାପଡିଛି । ଘଟଣାର ଅଧିକ ଖୋଳତାଡ଼ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୁଚନା ମିଳୁଛି ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.