ଧର୍ମଗଡ଼ : ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ଗୋଡଭଞ୍ଜା ଗୋଲେଇ ଛକ ନିକଟ ରେ ଆଜି ସକାଳୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଠାବ କରିଛି ଧର୍ମଗଡ଼ ପୋଲିସ । ମୃତ ବ୍ୟକ୍ତି ଜଣକ ଧର୍ମଗଡ଼ ଥାନା ଅନ୍ତର୍ଗତ ଚ୍ଛିଲିପା ଗ୍ରାମର ମଧୁସୂଦନ ନାଏକ( ୩୫) ବୋଲି ଜଣାପଡିଛି । ସୂଚନା ମତେ ମୃତ ବ୍ୟକ୍ତି ଜଣକ କାବାଡ଼ି ବ୍ୟବସାୟ କରୁଥିବା ବେଳେ ଗତ କାଲି ସକାଳୁ କାମରେ ବାହାରି ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁତ୍ ଖୋଜା ଖୋଜି କରି ପାଇ ନ ଥିଲେ । ତେବେ ଆଜି ସକାଳୁ ବିଜୁ ଏକ୍ସପ୍ରେସ ୱେ ଗୋଡ ଭଞ୍ଜା ଗୋଲେଇ ଛକ ରାସ୍ତା କଡ ଗଛ ବୁଦା ଭିତରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ସହ ପାଖରେ ଏକ ସାଇକଲ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳ ପହଞ୍ଚି ଶବ ଜବତ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି ।ତେବେ ପରିବାର ଲୋକେ ଶବ ଚିହ୍ନଟ କରିଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଧର୍ମଗଡ଼ ପୋଲିସ ସୂଚନା ଦେଇଛି ।
ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟରେ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଠାବ ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.