ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ l
ରିପୋର୍ଟ :ରାକେଶ ମହାରଣା
କୋଦଳା (ଆମ ଓଡ଼ିଶା ଖବର )ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ମାଟିଆଢ଼ୀଅ ସାହିର ବାରିକ ଦାଶଙ୍କ ବଡ଼ ପୁଅ ତୋଫାନ ଦାଶ ଗତ ତିନି ମାସ ତଳେ ଅଙ୍ଗାରଗାଁ ଗ୍ରାମର ଶ୍ୟାମ ଦାଶ ଙ୍କ ଝିଅ ଆଳତୀ ଦାଶ(19)କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ | ବିବାହ ସମୟରେ ବର ପକ୍ଷରୁ ଦାବୀ ମୁତାବକ ଟଙ୍କା ଓ ସୁନା ଜିନିଷ ଦିଆ ଯାଇଥିଲା | ତେବେ ବର ଘର ପକ୍ଷରୁ ଅଧିକ ଯୌତୁକ ଦାବୀ ହୋଇ ଆସୁଥିବା ଅଭିଯୋଗ ହୋଇଛି | ତେବେ ଶନିବାର ଅପରାହ୍ନ ସମୟରେ ତୋଫାନ ଦାଶ ଝିଅ ର ବାପ ଘରକୁ ଫୋନ କରି କହିଥିଲେ ଯେ ତାଙ୍କ ଝିଅ ମରିଯାଇଛି |
ଏହା ପରେ ଝିଅର ପରିବାର ଲୋକେ ସେଠାରେ ପହଂଚି ପୋଲିସକୁ ଖବର ଦେବା ପରେ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି | ଏହି ଘଟଣାରେ ସ୍ୱାମୀ ତୋଫାନ ଦାଶ କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି | ଏ ନେଇ ବେଗୁନିଆପଡା ଥାନା କେଶ ନମ୍ବର 396/24 ବିଏନଏସ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଥାନା ଏସଆଇ ଟୁନା ପୀଡ଼ିକା | ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l