ରିପୋର୍ଟ -ରାକେଶ ମହାରଣା
କୋଦଳା:- (ଆମ ଓଡିଶା ଖବର )ଗଞ୍ଜାମ ଜିଲ୍ଲା ହେଉଛି ଏକ କୃଷି ପ୍ରାଧାନ୍ୟ ଜିଲ୍ଲା ଅନେକ ଲୋକ ନିଜର ଜୀବିକା ନିର୍ବାହ କରିବା ପାଇଁ କୃଷି କାର୍ଯ୍ୟକୁ ଆପଣାଇ ଥାନ୍ତି। ଅନେକ ସମୟରେ କୃଷକଙ୍କୁ ବିଭିନ୍ନ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେମାନଙ୍କ ପାଇଁ କୃଷକ ମେଳା ଓ ଚାଷୀ ଆଲୋଚନା ଚକ୍ର କରି ସେମାନେ କିଭଳି ଲାଭବାନ ହେବେ ସେ ନେଇ ବିଭିନ୍ନ ଚାଷୀ ଉପଯୋଗୀ ନିତି ଆପଣାଇ ଥାଆନ୍ତି । ହେଲେ ବେଗୁନିଆପଡା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନେକ ସମୟରେ ଚାଷୀ ବିଭିନ୍ନ କାରଣକୁ ନେଇ ସମସ୍ୟା ଭୋଗୁଥିବା ଦେଖା ଦେଇଛି | ବର୍ତମାନ ବର୍ଷା ଦିନ ସମୟରେ ଚାଷୀ ଧାନ ଚାଷକୁ ନେଇ ନିଜର ବେଉଷା କରିଥିବା ବେଳେ ବାଧକ ସାଜିଛି ପିଡିଆ | ସରକାରୀ ଦାମ ରେ ଚାଷୀ କିଣି ପାରୁନି ପିଡିଆ | କିଛି ଚାଷୀଙ୍କ ଅଭିଯୋଗ ପ୍ରକାରେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପିଡିଆର ସରକାରୀ ଧାର୍ଯ୍ୟ ଦାମ ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ସେ କଳା ବଜାରୀ ର ଶିକାର ହୋଇ ୪୫୦ ରୁ ୫୫୦ ଟଙ୍କା ପର୍ଯ୍ୟନ୍ତ ଚଢା ଦରରେ ପିଡିଆ କିଣୁଛି | ପଟାସ ସାର କୁଆଡେ 1800 ଶହ ଟଙ୍କାରେ ଚାଷୀ କିଣୁଥିବା ମଧ୍ୟ ଅଭିଯୋଗ ହୋଇଛି,ଯାହାକୁ ନେଇ ବେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ |
ଅନ୍ୟପଟେ ସାର ର ଦର କୁ ନେଇ ପୂର୍ବରୁ କବିସୂର୍ଯ୍ୟନଗର ବିଧାୟକ ସମସ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ ବି ଚାଷୀ ଉପଯୁକ୍ତ ମୂଲ୍ୟରେ ସାର ପାଇବାରୁ ଏବେ ବି ବଞ୍ଚିତ ଅଛନ୍ତି।ବିଧାୟକଙ୍କ ତାଗିଦ ପରେ ସୋସାଇଟି ରେ ସାର ବି ପହଞ୍ଚୁନି…ଚାଷୀ ଏ ନେଇ କୃଷି ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ବି ଅଭିଯୋଗ ଆସିଛି |ଯେଉଁ ଚାଷୀ ବ୍ଲକ କୁ ଆସନ୍ତି ସେମାନଙ୍କୁ କୃଷି କାର୍ଯ୍ୟାଳୟ ପାଇବାରେ ଅନେକ ଲୋକଙ୍କୁ ପଚାରିଥାନ୍ତି, କାରଣ କୃଷି କାର୍ଯ୍ୟାଳୟରେ କୌଣସି ନାମ ଫଳକ ନାହିଁ | ଅନ୍ୟପଟେ କୃଷି ଅଧିକାରୀଙ୍କୁ ଭେଟିଲେ ମଧ୍ୟ ସେ ସାରର ବଜାର ମୂଲ୍ୟ ଜାଣି ନଥିବା କହିଛନ୍ତି | କିନ୍ତୁ ସାରର କଳା ବଜାରୀ ନେଇ କୃଷି ଅଧିକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘେରରେ ଥିବା ପରିଲିକ୍ଷିତ ହୋଇଛି। ଅନ୍ୟପଟ ବେଗୁନିଆପଡା ବ୍ଲକ ଠାରୁ ମାତ୍ର ତିନି ଶହ ମିଟର ଦୂରରେ ବେଗୁନିଆପଡା ବଜାର ରୁ ଚାଷୀ ଚଢା ଦରରେ ସାର କିଣୁଛି। ଏନେଇ କୃଷି ଅଧିକାରୀଙ୍କୁ କୃଷକ ମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏ ନେଇ କୃଷି ଅଧିକାରୀଙ୍କୁ ପଚାରି ଭିଡିଓ ଉତ୍ତୋଳନ କଲେ ସବୁ କଥା କ୍ୟାମେରା ସାମ୍ନାରେ କହିହେବନି ବୋଲି ସିଧା ସଳଖ ମନା କରିଦେଇଛନ୍ତି | ତେଣୁ କୃଷି ବିଭଗୀୟ ଉପରିସ୍ଥ ଅଧିକାରୀ ବେଗୁନିଆପଡା ଅଞ୍ଚଳର ଚାଷୀ ସମସ୍ୟା କୁ ନେଇ ବେଶ ଗମ୍ଭୀରତା ର ସହିତ ତଦନ୍ତ କରି ଉପଯୁକ୍ତ ମୂଲ୍ୟରେ ଚାଷୀ ଙ୍କୁ ସାର ଯୋଗାଇଦେବା ପାଇଁ ସାଧାରଣରେ ଦାବୀ ଜୋର ଧରିଛି |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l