ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡିଶା ଖବର):ସ୍ୱଚ୍ଛତା ହିଁ ସେବା ହେଉଛି ପ୍ରଧାନମନ୍ତ୍ରୀଙ୍କ ମୂଳ ମନ୍ତ୍ର | ଯାହାକି ସାରା ଭାରତରେ କାର୍ଯ୍ୟକାରୀ ହୋଇ ଆସୁଛି | ସ୍ୱଛତା, ପରିମଳ ଉପରେ ବିଶେଷ ଧ୍ୟାନ ଦେଇ କୋଦଳା ଏନଏସି ସ୍ଥିତ ନୋଡାଲ ହାଇସ୍କୁଲ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ଗୋଟି ଡଷ୍ଟବିନ ବ୍ୟବହାର କରିବାକୁ ଦିଆ ଯାଇଥିଲା | ଏହା ସହ ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା କରି ପୌରପରିଷଦ ଗାଡ଼ିରେ ଦେବା ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏତଦ ବ୍ୟତୀତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ଶପଥ ସହିତ ନାଚ ଗୀତ ମାଧ୍ୟମରେ ସ୍ୱଚ୍ଛତା ବିଷୟରେ ଅବଗତ କରାଯାଇଥିଲ । ଏହି କାର୍ଯ୍ୟକ୍ରମରେ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ନେବାରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଜୁନିଅର ସାନିଟେସନ ଏକ୍ସପର୍ଟ, ସୁପରଭାଇଜର, ସ୍ୱଚ୍ଛସାଥି,ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।
More Stories
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ବିଧାୟକ
ପୁସ୍ତପୁର ନିକଟସ୍ଥ ହନୁମାନ ବାଟିକାରେ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି।