ରିପୋର୍ଟ :ଦେବାଶିଷ
ଖଲ୍ଲିକୋଟ, (ଆମ ଓଡିଶା ଖବର):ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଆଜି ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ରେ ବିଜେପି ଦଳ କ୍ଷମତା କୁ ଆସିବା ପରେ ଖଲ୍ଲିକୋଟ ବ୍ଲକ କୁ ଦଖଲ କରିଥିଲା । ଗତ ମାସ ରେ ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ପଦବୀ ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଚିକିଲି ସମିତି ସଭ୍ୟା କୁମାରୀ ଦାସ ବିଜୟୀ ହୋଇଥିଲେ। ବିଜେପି ଖଲ୍ଲିକୋଟ ବ୍ଲକ ଦଖଲ କରିବା ପରେ ଆଜି ଥିଲା ପ୍ରଥମ ସମିତି ବୈଠକ । କିଛି ବିଜେଡି ସମିତି ସଭ୍ୟ ଓ ସରପଞ୍ଚ ବୈଠକ ରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରୀ ଦଳ କୁ ଅଡୁଆରେ ପକାଇବେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଶାନ୍ତି ଶୃଙ୍ଖଳା ର ସହ ବୈଠକ ଶେଷ ହୋଇଥିଲା। ବିଡ଼ିଓ ଦେବାଶିଷ ସାମଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ସମିତି ବୈଠକ ରେ ଆସିକା ସାଂସଦ ଅନିତା ଶୁଭାଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ବ୍ଲକ ଅଧ୍ୟକ୍ଷା କୁମାରୀ ଦାସ, ଉପାଧ୍ୟକ୍ଷା ଭାରତୀ ମହାରଣା, ଏଇ ହରେକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସମନ୍ୱିତ ଶିଶୁ ବିକାଶ, କୃଷି, ଜଳ ଓ ପରିମଳ ବିଭାଗ ପରି ସମସ୍ତ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଲୋକ ପ୍ରତିନିଧି ଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ। ପୂର୍ତ୍ତ ବିଭାଗ ର କୌଣସି ଅଧିକାରୀ ସମିତି ବୈଠକ କୁ ଆସୁ ନ ଥିବାରୁ ଲୋକ ପ୍ରତିନିଧି ମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ପାନୀୟ ଜଳ ଯୋଗାଣ ପାଇଁ ଶାଳିଆ ମେଗା ପ୍ରକଳ୍ପ ର ମନ୍ଥର ଗତି କୁ ନେଇ ଉପସ୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପାଇପ ଲାଇନ ବିଛାଇବା ପାଇଁ ସବୁ ଗାଁ ରେ ରାସ୍ତା ଗୁଡିକ ଖୋଳି ଦେଇଥିବା ରୁ ସାଧାରଣ ଲୋକ ଙ୍କ ଯାତାୟତ ରେ ବାଧା ସୃଷ୍ଟି ହେଉଥିବା ରୁ ବୈଠକ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l