ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଇରିଖମା ପଞ୍ଚାୟତର ଶରଧାପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ପ୍ରସିଦ୍ଧ ଯୋଗଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅନୁଷ୍ଠାନ ଆର୍ଟ ଅଫ ଲିଭିଂ ପକ୍ଷରୁ ଏକ ଆନନ୍ଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଗଞ୍ଜାମ ଆର୍ଟ ଅଫ ଲିଭିଂର ପ୍ରଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଶ୍ରୀ ନିରଦ କୁମାର ପଟ୍ଟନାୟକ, କେଦାର ରାଉଳ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଆର୍ଟ ଅଫ ଲିଭିଂ ର ସମସ୍ତ ଯୋଗ,ଧ୍ୟାନ,ସାଧନା, ପ୍ରାଣାୟାମ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ | ବିଶେଷ କରି ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ପ୍ରବିତ୍ର ସୁଦର୍ଶନ କ୍ରିୟା ଜ୍ଞାନକୁ ଆହରଣ କରିଥିଲେ ସମସ୍ତ ପ୍ରତିଯୋଗୀ | ଏହି କାର୍ଯ୍ୟକ୍ରମରେ ଉକ୍ତ ପଞ୍ଚାୟତରୁ କୋଡିଏରୁ ଉର୍ଦ୍ଧ ପୁରୁଷ ମହିଳା ଯୋଗଦେଇ ଯୋଗ, ଧ୍ୟାନ, ପ୍ରାଣାୟାମ ଭଳି ବେଶ ଉପଯୋଗୀ ଜ୍ଞାନ ପ୍ରାପ୍ତ କରିଥିଲେ | ପାଞ୍ଚ ଦିନିଆ କାର୍ଯ୍ୟକ୍ରମର ଶନିବାର ଅନ୍ତିମ ଦିବସରେ ଆଖ ପାଖ ଅଞ୍ଚଳରୁ ଆର୍ଟ ଅଫ ଲିଭିଂର ଯୁବ ସ୍ବେଛାସେବୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ | ଏହି କାର୍ଯ୍ୟକ୍ରମରେ ସିନିଅର ସ୍ବେଛାସେବୀ ଦେବାଶିଷ ମହାରଣା, ମଞ୍ଜୁଲତା ସାହୁ, ଗିରିଜା ପଲେଇ,ସଂଯୁକ୍ତା ତିଆଡ଼ି,ବନିତା ଗୌଡ଼, ସୁମିତ୍ରା ସାହୁ,ଅର୍ଚନା ସାହୁ,ନୟନୀ ପ୍ରଧାନ, ଅନୁସାୟା ଦୋରା, କୁନି ପ୍ରମୁଖ ଉପସ୍ଥିତ ଥିଲେ |
More Stories
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ବିଧାୟକ
ପୁସ୍ତପୁର ନିକଟସ୍ଥ ହନୁମାନ ବାଟିକାରେ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି।