ପ୍ରତିନିଧିଙ୍କ ଆଢୁଆଳରେ ଲୁଚି ଯାଉଛନ୍ତି କି ଜନ ପ୍ରତିନିଧି?

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ଆପଣ ଭୋଟ ଦେଇଥିଲେ ଜଣଙ୍କୁ କିନ୍ତୁ କାର୍ଯ୍ୟସ୍ଥଳରେ କାର୍ଯ୍ୟ କରନ୍ତି ଅନ୍ୟ ଜଣେ | ଏ କଥା ଆମେ କହୁନୁ, ଏକଥା ଆପଣ ସମସ୍ତେ ହୃଦୟଙ୍ଗମ କରି ପାରୁଥିବେ | ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଧେଶ କ୍ରମେ ବିଭିନ୍ନ ପଞ୍ଚାୟତ ସ୍ତରରେ ସ୍ଥାନ ସଂରକ୍ଷଣ କରାଯାଏ | କେଉଁଠି ଜାତିଗତ ଭିତିରେ ସ୍ଥାନ ସଂରକ୍ଷଣ ହୁଏତ ପୁଣି କୋଉଠି ମହିଳା ମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷିତ ରୁହେ | କିନ୍ତୁ ଯେଉଁଠି ମହିଳା ମାନଙ୍କ ସ୍ଥାନ ସଂରକ୍ଷିତ ରୁହେ ସେଇଠି ସେମାନଙ୍କୁ ଅଧିକାଂଶ ଭୋଟର ଜାଣି ନଥାନ୍ତି | କାରଣ ନିର୍ବାଚନ ପାଇଁ ଓଲ୍ହାଇଥିବା ମହିଳାଙ୍କ ସ୍ୱାମୀ ହିଁ ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ କହିଥାନ୍ତି | ଫଳ ସ୍ୱରୂପ ମହିଳା ମାନେ ନିର୍ବାଚନ ବୈତରଣୀ ପାର ହେବା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ରାଜୁତି | ଏ ଘଟଣା କେବଳ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ନୁହେଁ ବରଂ ଓଡିଶା ସାରା ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି | ଉଦାହରଣ ସ୍ୱରୂପ ଗତ ଶୁକ୍ରବାର ଅନୁଷ୍ଠିତ ବେଗୁନିଆପଡା ପଞ୍ଚାୟତ ସମିତି ବୈଠକରେ ଅଧିକାଂଶ ମୁହଁ କୁ ଦେଖି ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ ଆପଣଙ୍କ କୋଉ ପଞ୍ଚାୟତ | ସେମାନେ ନିଜ ଉତ୍ତର ରେ ନିଜ ପଞ୍ଚାୟତ ନାମ କହୁଥିଲେ ବି ଅଧିକାଂଶ ସେମାନଙ୍କୁ ଜାଣି ନଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା | ଏହାର ନିର୍ଦ୍ଧିଷ୍ଟ କାରଣ ହେଲା ନିର୍ବାଚନ ପରେ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ସ୍ୱାମୀ ମାନେ ହିଁ ପ୍ରତ୍ୟେକ ପଞ୍ଚାୟତରେ ପ୍ରତିନିଧି ଭାବେ କାର୍ଯ୍ୟ କରି ଜନ ସମ୍ମୁଖକୁ ଆସିଥାନ୍ତି | ଫଳରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସାଧାରଣରେ କେହି ଜାଣି ପାରନ୍ତି ନାହିଁ | କିନ୍ତୁ ବିଡମ୍ବନାର ବିଷୟ ପଞ୍ଚାୟତ ସମିତି ବୈଠକରେ କେବଳ ନିର୍ବାଚିତ ପ୍ରତିନିଧି ମାନେ ହିଁ ଅଂଶ ଗ୍ରହଣ କରିବେ | ଏଠି ପ୍ରଶ୍ନ ଉଠୁଛି ବର୍ଷ ତମାମ ସ୍ୱାମୀ ଅର୍ଥାତ ପ୍ରତିନିଧି ମାନେ ଯଦି ପଞ୍ଚାୟତର ହାଲଚାଲ ବୁଝିବେ ସେଇଠି ପ୍ରକୃତ ଜନ ପ୍ରତିନିଧି କିପରି ଲୋକଙ୍କ ସମସ୍ୟା କୁ ବୈଠକରେ ଉପସ୍ଥାପନା କରିବେ | ଅନ୍ୟ ପକ୍ଷରେ ବେଗୁନିଆପଡା ପଞ୍ଚାୟତ ସମିତି ବୈଠକରେ ଏଭଳି କିଛି ଦୃଶ୍ୟ ନଜର କୁ ଆସିଥିଲା | ମାତ୍ର ଅଳ୍ପ କିଛି ନିର୍ବାଚିତ ପ୍ରତିନିଧିଙ୍କୁ ବାଦ ଦେଲେ ଅନେକ ଚୁପ ରହିଥିଲେ | ଯେଉଁ ମହିଳା ଜନ ପ୍ରତିନିଧି ମାନେ କେବଳ ଦସ୍ତଖତ କରିବା ପାଇଁ ନିର୍ବାଚିତ ହୋଇଥାନ୍ତି ସେମାନେ ବୁଝିବା ଉଚିତ ଯେ ସମସ୍ତ ସରକାରୀ କାର୍ଯ୍ୟରେ ସେ ସିଧା ସଳଖ ଲୋକଙ୍କ ସମସ୍ୟା କୁ ନେଇ ଉପରିସ୍ଥ ଅଧିକାରିଙ୍କ ପାଖରେ ଉପସ୍ଥାପନା କରିବେ | ନଚେତ କେବଳ କାଗଜ କଲମ ଓ ଫଳକ ରେ ଜନ ପ୍ରତିନିଧିଙ୍କ ନାମ ହିଁ ସୀମିତ ରହିବ ଏଵଂ ମହିଳା ସଶକ୍ତିକରଣ ର ନାରା କେବଳ ନାରା ହୋଇ ରହିଯିବ | ତେଣୁ ଗ୍ରାଉଣ୍ଡ ର ସ୍ଥିତି କୁ ଅନୁଧ୍ୟାନ କରି ନିର୍ବାଚିତ ପ୍ରତିନିଧି ମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି |

error: Content is protected !!