ରିପୋର୍ଟ :ରାକେଶ
ବେଗୁନିଆପଡା, (ଆମ ଓଡିଶା ଖବର):ସରକାର ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ଯୋଜନା କରିଛନ୍ତି | ସେଥି ମଧ୍ୟରୁ ମିଶନ ଶକ୍ତି ଗ୍ରୁପ ମାଧ୍ୟମରେ ଋଣ ଦେବା ଏକ ପ୍ରମୁଖ ମାଧ୍ୟମ | ମହିଳା ମାନଙ୍କୁ ସରକାରଙ୍କ ତରଫରୁ ମଂଜୁର ଋଣ ଟଙ୍କା ମିଳିବା ପରେ ମହିଳା ମାନେ ତାକୁ କିସ୍ତି ଅନୁସାରେ ଶୁଝିଥାନ୍ତି | ଗ୍ରୁପ ଋଣ ସୁଝିଗଲେ ପୁଣି ସେମାନଙ୍କୁ ଋଣ ଟଙ୍କା ମିଳିବାର ପ୍ରାବଧାନ ଥାଏ | କିନ୍ତୁ ଏହି ଟଙ୍କା ଶୁଝିବାକୁ ନେଇ ଏକ ଅଭାବନିୟ ଘଟଣା ସାମ୍ନାକୁ ଆସିଛି | ଘଟଣାଟି ଘଟିଛି ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର କନିଆରୀବାଡ଼ି ଗ୍ରାମରେ | ଏହି ଗ୍ରାମର ମା’ ସେରାବାଲି ନାମକ ଏକ ଗ୍ରୁପ ରେ ଥିବା ଦଶ ଜଣ ମହିଳା ସୁମଣ୍ଡଳ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରୁ ଲୋନ ଆକାରରେ ଅର୍ଥ ନେଇଥିଲେ | ପରବର୍ତୀ ଅବସ୍ଥାରେ ଉକ୍ତ ଗ୍ରାମରେ ଥିବା ଗ୍ରାହକ ସେବା କେନ୍ଦ୍ର ର ପରିଚାଳକ ବସନ୍ତ ସାହୁ ନିଜ ସେବା କେନ୍ଦ୍ରରେ ଡିପୋଜିଟ କରିବା ପାଇଁ ମହିଳା ମାନଙ୍କୁ ପ୍ରବାର୍ତ୍ତାଇ ଥିଲେ | ଉକ୍ତ ସେବା କେନ୍ଦ୍ରରେ କିଛି ମାସ ଋଣ ଟଙ୍କା ଶୁଝିବା ଠିକ ଠାକ ଥିଲା | କିନ୍ତୁ ଅଭିଯୋଗ ଅନୁଯାୟୀ ମା’ ସେରାବାଲି ଗ୍ରୁପର ମହିଳା ମାନେ ସାତ ମାସ ଧରି ମାସକୁ ମାସ କିସ୍ତି ଅନୁସାରେ (81,000 ଟଙ୍କା) ଜମା କରୁଥିବା କଥା ଗ୍ରୁପ ମହିଳା ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି | ହେଲେ ବ୍ୟାଙ୍କ ଷ୍ଟେଟମେଣ୍ଟ ସୂଚନା ଆଧାରରେ ବ୍ୟାଙ୍କ ରେ ମାତ୍ର ପାଞ୍ଚ ଟି କିସ୍ତି ଜମା ହୋଇଛି | ତେଣୁ ଶୀଘ୍ର ପୈଠ କରିବାକୁ ଉକ୍ତ ଗ୍ରୁପ କୁ ବ୍ୟାଙ୍କ ତରଫରୁ ଗ୍ରୁପ କୁ ଜଣା ଯାଇଛି | ତେବେ ମହିଳା ମାନେ ଅଭିଯୋଗ କରିଥିଲେ ଯେ ସେମାନେ ସାତ କିସ୍ତି ବାନ୍ଧି ସାରିଛନ୍ତି | କିନ୍ତୁ ବ୍ୟାଙ୍କ ଷ୍ଟେଟମେଣ୍ଟ ରେ ପାଞ୍ଚ କିସ୍ତି ସୁଝା ଯାଇଥିବାର ନଥିପତ୍ର ପାଇଛନ୍ତି | ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ବସନ୍ତ ସାହୁ ଙ୍କୁ ସାତ କିସ୍ତି ର ଟଙ୍କା ଦେଇଛନ୍ତି ଏଵଂ ଏହା ବଦଳରେ ସେମାନଙ୍କୁ ମାତ୍ର ଅଶି ହଜାର ଟଙ୍କାର ଚାରିଟା ରସିଦ ଓ ଏକ ହଜାର ଟଙ୍କାର ଗୋଟିଏ ରସିଦ ମିଳିଛି | ଆହୁରି ଛଅ ଟା ରସିଦ ମିଳିବାକୁ ବାକି ଅଛି | ଏ ନେଇ ବେଗୁନିଆପଡା ଥାନାରେ ଗତ 16/11/24 ରେ ଗ୍ରୁପର ମହିଳା ସଦସ୍ୟା ସନ୍ତୋଷିନୀ ଦଳାଇ ଅଭିଯୋଗ କରିଥିଲେ | ବେଗୁନିଆପଡା ଥାନା କେଶ ନମ୍ବର 492/24 ଏକ ମାମଲା ରୁଜୁ ହେବା ପରେ ଦଫା 316(2),318(4) ରେ ବସନ୍ତ ସାହୁଙ୍କୁ ଥାନାକୁ ନେଇ ପଚରା ଉଚରା କରାଯାଇଛି | ଏଵଂ ତଦନ୍ତ ଜାରୀ ରହିଥିବା ସୂଚନା ଦେଇଛନ୍ତି ଏସ.ଆଇ ଜଗଦୀଶ ପଣ୍ଡା | ତେବେ ଉକ୍ତ ଗ୍ରୁପରେ ଜଣେ ଅକର୍ମଣ୍ୟ ମହିଳା ଙ୍କ ସମେତ ବୃଦ୍ଧା ବି ଥିବାରୁ ଉକ୍ତ ଘଟଣାର ସତ୍ୟା ସତ୍ୟ ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା ମାନେ ଦାବୀ କରିଛନ୍ତି | ଯଦି ଏ ନେଇ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ମହିଳା ମାନେ ସଂଗଠିତ ହୋଇ ଧାରଣା ଦେବେ ବୋଲି ମଧ୍ୟ କହିଛନ୍ତି |
More Stories
ଅଙ୍ଗାରଗାଁ ପଞ୍ଚାୟତରେ ଭତ୍ତା ବଣ୍ଟନ l
ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ
ପ୍ରାକ୍ତନ ସି ଅର୍ ସି ସି ଗଙ୍ଗାଧର ନାୟକଙ୍କ ବିଦାୟ ସମ୍ବର୍ଧନା ଉତ୍ସବ l