ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ

ନୂତନ କର୍ମକର୍ତା ଚୟନ, ଗୋପାଳ ସାହୁ ସଭାପତି, ଉତ୍ତମ ନାୟକ ସମ୍ପାଦକ, ସନ୍ତୋଷ ନାୟକ କାର୍ଯ୍ୟକାରୀ ସଭାପତି

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା, (ଆମ ଓଡିଶା ଖବର):ବଣିକ ବା ବ୍ୟବସାୟୀ ମାନେ ହେଉଛନ୍ତି ସାଢେ ଚାରି କୋଟି ଓଡ଼ିଆଙ୍କ ପେଟ ପୋଷି ହେବାର ପ୍ରମୁଖ ମାଧ୍ୟମ | ହେଲେ ଆଜି ବି ବଣିକ ମାନେ ସରକାରଙ୍କ ତରଫରୁ ଚିର ଅବହେଳିତ | ବଣିକ ମାନେ ହିଁ ଅଧିକାରୁ ଅଧିକା ଜିଏସଟି ଦେଇଥାନ୍ତି | କୋଭିଡ ଭଳି ପରିସ୍ଥିତିରେ ଖାଦ୍ୟ ବସ୍ତ୍ର ଭଳି ଅତ୍ୟାବଶକୀୟ ସାମଗ୍ରୀକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଅକୁଣ୍ଠ ଉଦ୍ୟମ କେବେ ଭୁଲି ହେବନି | ଏହା ଥିଲା କୋଦଳା ବଣିକ ସଙ୍ଘ ସାଧରଣ ସଭାରେ ପୂର୍ବତନ ସଭାପତି ଅଭୟ କୁମାର ସାହୁଙ୍କ ବାର୍ତା | ଦୀର୍ଘ ପଚାଶ ବର୍ଷ ପୂର୍ତ୍ତି ଅବସରରେ ରବିବାର ସ୍ଥାନୀୟ ମହାପ୍ରଭୁ ଶ୍ରୀ ଦଣ୍ଡେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | କୋଦଳା ଛୋଟ ବଡ଼ ବ୍ୟବସାୟୀ ମାନଙ୍କୁ ନେଇ ରବିବାର ପୂର୍ବାହ୍ନ ସମୟରେ କୋଦଳା ନଗର ପରିଭ୍ରମଣ କରାଯିବା ପରେ ଦଣ୍ଡେଶ୍ୱରଙ୍କ ପୀଠରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ପୂର୍ବତନ ସଭାପତି ତଥା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଭୟ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ପୁରାତନ ସଭାପତି ପ୍ରଶାନ୍ତ ପାତ୍ର, ଏବଂ ପୂର୍ବତନ ସମ୍ପାଦକ ସଞ୍ଜୟ କୁମାର ନାୟକ ମଂଚାସୀନ ଥିଲେ | ଦୀର୍ଘ ବର୍ଷର ଅଭିଜ୍ଞତା, ବଣିକ ମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଏହି ସଭାରେ ବିଶେଷ ଆଲୋଚନା ହୋଇଥିବା ବେଳେ ନୂତନ ଭାବେ ଚୟନ ହୋଇଥିବା ବଣିକ ସଙ୍ଘର କର୍ମକର୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା | ଏହି ଅବସରରେ ଯୁବ ବ୍ୟବସାୟୀ ତଥା ସମାଜସେବୀ ଶ୍ରୀ ଗୋପାଳ କୁମାର ସାହୁଙ୍କୁ ସଭାପତି ଭାବେ ଚୟନ କରି ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ସମ୍ପାଦକ ଭାବେ ଉତ୍ତମ କୁମାର ନାୟକଙ୍କୁ ମନୋନୀତ କରାଯାଇ ନୂତନ ଭାବେ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା | କାର୍ଯ୍ୟକାରୀ ସଭାପତି ଭାବେ ସନ୍ତୋଷ କୁମାର ନାୟକ,ଉପ ସଭାପତି ସମୀର ପରିଡା, ସହ ସମ୍ପାଦକ ଶ୍ରୀକାନ୍ତ ଆଚାରୀ,କୋଷାଧକ୍ଷ ଭାବେ ସଂଗ୍ରାମ କୁମାର ପାତ୍ରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା

| ସେହିପରି ଉପଦେଷ୍ଟା ଭାବେ ଶ୍ରୀ ସଞ୍ଜୟ ନାୟକ, ଶିବ ପ୍ରସାଦ ପାତ୍ର,ଗୋପବନ୍ଧୁ ଆଚାରୀ, ପୀତବାସ ନାୟକ,ସୁବାସ ଜେନା ମନୋନୀତ ହୋଇଥିଲେ | ସମସ୍ତ ନବ ନିର୍ବାଚିତ କର୍ମକର୍ତାଙ୍କୁ ଉପଢୌକନ ଦେଇ ମଞ୍ଚକୁ ସ୍ୱାଗତ ଜଣା ଯାଇଥିଲା | ଚାରୋଟି ବର୍ଗ କୁ ନେଇ ଗଠିତ ଏହି ସଂଘରେ ବ୍ୟବସାୟୀ ମାନଙ୍କ ସମସ୍ତ ସମସ୍ୟାକୁ ପ୍ରାଧାନ୍ୟ ଦେବା ସହ ଆଗାମୀ ଦିନରେ ଏହା ଓଡ଼ିଶାରେ ଏକ ନମ୍ବର ସଙ୍ଘ ହୋଇ ଉଭା ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ନବ ନିର୍ବାଚିତ ସଭାପତି ଗୋପାଳ ସାହୁଙ୍କ ସମେତ ସମସ୍ତ କର୍ମକର୍ତା | ପରିଶେଷରେ ପୂର୍ବତନ ସଭାପତିଙ୍କୁ ଭାବ ବିହ୍ଵଳ ବିଦାୟ ଜଣାଇଥିଲେ ସଙ୍ଘ ର ବ୍ୟବସାୟୀ ମାନେ |କିନ୍ତୁ ଆଗାମୀ ଦିନରେ ବିଦାୟୀ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମସ୍ତ ରୂପରେଖ ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଥିଲେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା | ଏହି ସଭାରେ କୋଦଳା ଅଂଚଳରୁ ପ୍ରାୟ ଚାରି ଶହରୁ ଉର୍ଦ୍ଧ ବଣିକ ଯୋଗ ଦେଇଥିଲେ |

error: Content is protected !!