ଗଞ୍ଜାମ କ୍ରିକେଟ ଲିଗ ଉଦଘାଟିତ

ଉଦଘାଟନି ମ୍ୟାଚରେ ଆସିକା ବୁଷ୍ଟର ବିଜୟୀ

ରିପୋର୍ଟ :ଦେବାଶିଷ ମହାରଣା

ଖଲ୍ଲିକୋଟ, (ଆମ ଓଡିଶା ଖବର):
ଖଲ୍ଲିକୋଟ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ଆରସିଏମ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଗଞ୍ଜାମ କ୍ରିକେଟ ଲିଗ ର ଶୁକ୍ରବାର ଥିଲା ଉଦଘାଟନି ଉତ୍ସବ | ଏଥିରେ ମାନ୍ୟବର ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠି, ଆସିକା ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ, କୋଦଳା ଏନଏସି ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସଚ୍ଛାହିତ କରିଥିଲେ | ଏହି ଟୁର୍ନାମେଣ୍ଟ ଦଶ ଦିନ ଧରି ଚାଲିବାକୁ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଖେଳାଳି ଆସି ଦର୍ଶକଙ୍କୁ ଉତ୍ସଚ୍ଛାହିତ କରୁଥିବା ଦେଖିବାକୁ ମିଳିଛି | ଦୀର୍ଘ ଦିନ ଧରି ଅଧିକାଂଶ କ୍ରିକେଟ ଖେଳାଳି ଟେନିସ ବଲରେ ଖେଳୁ ଥିବା ବେଳେ ଡ୍ୟୁଜ ବଲ ରେ ଏହି ଟୁର୍ନାମେଣ୍ଟ ଚାଲୁଥିବାରୁ ଖେଳାଳି ମାନଙ୍କ ଖେଳ ଦେଖିବା ପାଇଁ ଶତାଧିକ ଦର୍ଶକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସାତ ଟି ଟିମ ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିବା ନେଇ ସୂଚନା ମିଳିଛି | ପ୍ରତ୍ୟେକ ଟିମର ମାଲିକ ମାନେ ନିଜ ନିଜର ଖେଳାଳି ମାନଙ୍କ ନିମନ୍ତେ ବେଶ ପ୍ରସ୍ତୁତ ଥିବା ଦେଖା ଯାଉଥିଲା | ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାରେ ଏଭଳି ଆକର୍ଷଣୀୟ ଟୁର୍ନାମେଣ୍ଟ ଆୟୋଜିତ ହୋଇ ଥିବାରୁ ଖେଳର ଆୟୋଜକ କମିଟି କୁ ବେଶ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଖେଳାଳି | ଏହି ଟୁର୍ନାମେଣ୍ଟରେ ଯୁବ ସମାଜସେବୀ ଅରୁଣ ଖୁଣ୍ଟିଆ,କଞ୍ଚଣା ସମିତିସଭ୍ୟ ତଥା ଟୁର୍ନାମେଣ୍ଟ ର ସମ୍ପାଦକ ଚିତ୍ରସେନ ଘୋଷ, କାଳୁରାମ ମହାରଣାଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ, ଖେଳାଳି ଓ ଦର୍ଶକ ଉପସ୍ଥିତ ଥିଲେ |ଆଜି ଉଦଘାଟନି ଖେଳରେ ଆସିକା ବୁଷ୍ଟର ସହ ଖଲ୍ଲିକୋଟ ୟିଜ଼ାର୍ଡ ମଧ୍ୟରେ ମୁକାବିଲା ହୋଇଥିଲା | ଏହି ମ୍ୟାଚକୁ ଆସିକା ବୁଷ୍ଟର ଏକ ପାଖିଆ ଭାବେ ଜିତି ନେଇଥିବା ବେଳେ ଏହି ଟିମ ର ମାଲିକ ଅରୁଣ ଖୁଣ୍ଟିଆ ଖେଳାଳି ମାନଙ୍କୁ ସାଧୁବାଦ ଜଣାଇଛନ୍ତି | ଆଜିର ମ୍ୟାଚରେ ଭାଷ୍ୟକାର ଭାବେ ବିଧାନ ନାୟକ ଙ୍କ ଭାଷ୍ୟ ଶୈଳୀ ବେଶ ଉଚ୍ଚ କୋଟିର ଥିଲା |

error: Content is protected !!