ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା କୁ ନେଇ ଅଞ୍ଚଳ ରେ ଶୋକାକୁଳ ପରିବେଶ ଛାୟୀ ଯାଇଛି।ଜଣେ କୂଳବଧୁ କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ହତ୍ୟା ହତ୍ୟା କରିଥିବା କୋକସରା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମତେ ଗ୍ରାମର ଉର୍ମିଳା ନାଗ ଙ୍କୁ ସ୍ୱାମୀ ଜୟନ୍ତ ନାଗ ଗତ ରବିବାର ଦିନ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଥିଲେ।ଗୁରୁତର ସହ ଉଦ୍ଧାର କରାଯାଇ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲେ ହିଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟ ଦେଖାଦେବାରୁ ଭବାନୀପାଟଣା ଜିଲ୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଥିଲା।ହେଲେ ସେଠାରେ ଡାକ୍ତର ଉର୍ମିଳା ଙ୍କ ୯୦ପ୍ରତିଶତ ଦେହପୋଡି ଥିବା ଓ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟ ଥିବାରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା।ସୋମବାର ଦିନ ରାତି ପ୍ରାୟ ୭ଟା ସମୟରେ ଉର୍ମିଳା ଙ୍କ ଚିକିତ୍ସା ଅବସ୍ଥା ମୃତ୍ୟୁ ହୋଇଯାଇଛି।ଏନେଇ ଉର୍ମିଳା ଙ୍କ ପରିବାର ଲୋକେ କୋକସରା ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି।ତେବେ ଉର୍ମିଳା ଙ୍କ ବାପା ମାଆ କହିବା ଅନୁଯାୟୀ ବହୁଦିନ ରୁ ତାଙ୍କ ସ୍ବାମୀ ଜୟନ୍ତନାଗ ଉର୍ମିଳା କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ପର ପୁରୁଷ ଙ୍କ ସହ ସମ୍ପର୍କ ଥିବା ସନ୍ଧେହ ମାଡ଼ ପିଟ କରିଆସୁଥିଲେ।ଏପରିକି ପ୍ରତ୍ୟେକ ଦିନ ମାଡ ମାରିବା ଗାଳି କରିବା ଆଦି କଥା କୁ ନିଜ ବାପା ଙ୍କୁ ଫୋନ ମାଧ୍ୟମରେ ଜଣାଇ ଥିବା କୁହାଯାଏ।ବାପା ଦିପେନ ସାଗର ଝିଅ ର ଦୁଃଖ କଥା ଶୁଣି ଦିନେ ଝିଅ କୁ ଘର କୁ ଫେରାଇ ଆଣିବା ନିଷ୍ପତ୍ତି ନେଇ ଥିଲେ ହିଁ ଝିଅ ଉର୍ମିଳା ବାପା ଙ୍କ ସମ୍ମାନ କୁ ଦୃଷ୍ଟି ରେ ରଖି ମନା କରିଦେଇଥିବା ବାପା ପ୍ରକାଶ କରନ୍ତି।ତେବେ ଗତ ରବିବାର ଦିନ ସକାଳ ସମୟରେ ନିଜ ମାଆ ଆଶା ସାଗର ଙ୍କ ସହ ଉର୍ମିଳା ଫୋନ ରେ ସ୍ୱାମୀ ଜୟନ୍ତନାଗ ମାଡପିଟ କରୁଥିବା କଥା କହିଥିଲେ।ଠିକ କଥା ହେବାର କିଛି ଘଣ୍ଟା ପରେ ଅଜଣା ବ୍ୟକ୍ତି ଙ୍କ ଫୋନ ବାପା ମାଆ ଙ୍କୁ ଆସିଥିଲା।ଝିଅ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଗୁରୁତ୍ୱ ଥିବା ଖବର ଆସିବା ପରେ ପରିବାର ଲୋକେ କୋକସରା ଡାକ୍ତର ଖାନା କୁ ଯାଇ ଥିଲେ।ସେତେବେଳ କୁ ଉର୍ମିଳା ଅତି ଗୁରୁତର ହୋଇ ପଡ଼ିଥିବା ବେଳେ ପରିବାର ଲୋକେ କୋକସରା ଥାନା ରେ ଝିଅ କୁ ଜୟନ୍ତ ନାଗ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ।ବର୍ତ୍ତମାନ ଖବର ଅନୁଯାୟୀ ଭୁବନେଶ୍ୱର ଏମ୍ସ ରେ ଉର୍ମିଳା ଙ୍କ ମୃତ ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିବା ଜଣାପଡିଛି।ସୂଚନା ଯେ ଉର୍ମିଳା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମର ଝିଅ ହୋଇଥିବା ବେଳେ ଗତ ୨୦/୩/୨୦ତାରିଖ ରେ କୋକସରା ବ୍ଲକ ମାଝୀ ଗୁଡା ଗ୍ରାମର ବାଲେଶ୍ୱର ନାଗ ଙ୍କ ପୁତ୍ର ଜୟନ୍ତ ନାଗ କୁ ବିବାହ କରିଥିଲେ।ତାଙ୍କର ୨-୩ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି।ଏନେଇ କୋକସରା ଥାନାରେ ୧୯୩/୨୩ରେ କେଶ ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ସ୍ବାମୀ ଜୟନ୍ତ ନାଗ କୁ ଗିରଫ କରାଯାଇଥିବା ଥାନା ଇନଚାର୍ଜ ଅଧିକାରୀ ଗୋପବନ୍ଧୁ ନାୟକ ପ୍ରକାଶ କରିଛନ୍ତି।
ପେଟ୍ରୋଲ ଢ଼ାଳି କୂଳବଧୁ କୁ ହତ୍ୟା ଅଭିଯୋଗ । ଥାନାରେ ଏତଲା ପରେ ସ୍ବାମୀ ଗିରଫ ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.