ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଷ୍ଟିଲ୍-ଆଣ୍ଡ୍-ମାଇନ୍ସ ର ଅନ୍-ଲାଇନ୍ ଇ-ଟ୍ରାନଜିଟ୍ ପାସ ବ୍ୟବସ୍ଥା । ଟାଙ୍ଗୀ ତହସିଲ ରୁ ଏହାର ଶୁଭାରମ୍ଭ ହୋଇଛି । ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ଙ୍କ ଉପସ୍ଥିତିରେ ସରକାରୀ ମାଙ୍କଡା ପଥର ଖଣି ଲିଜଧାରୀ ଙ୍କୁ ଏହି ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଷ୍ଟିଲ୍-ଆଣ୍ଡ୍-ମାଇନ୍ସ ବିଭାଗର ମାଇନିଂ ଅଧିକାରୀ ଜଗନ ବେହେରା , ଜିଓଲୋଜି ବିଭାଗର ଡେପୁଟି ଡାଇରେକ୍ଟର ଦିଲ୍ଲୀପ ସାହୁ ପ୍ରମୁଖ ଙ୍କ ଉପସ୍ଥିତି ରେ ପ୍ରଥମ କରି ମାଙ୍କଡା ପଥରଖଣି ଲିଜଧାରୀ ବିଶ୍ୱନାଥ ବେହେରା ଅନ୍-ଲାଇନ୍ ଇ-ଟ୍ରାନଜିଟ୍ ପାସ୍ ପ୍ରଦାନ କରାଯାଇଛି ।
ସରକାରୀ ଭାବେ ଲଘୁ ଖଣିଜ ଦ୍ରବ୍ଯ ସ୍ଥାନାନ୍ତରିତ କରିବା ପାଇଁ ତହସିଲ ପକ୍ଷରୁ ‘Y’ ଫର୍ମ ପ୍ରଦାନ କରାଯାଉଥିଲା ମାତ୍ର ଏଣିକି ଷ୍ଟିଲ୍-ଆଣ୍ଡ୍-ମାଇନ୍ସ ପକ୍ଷରୁ ଅନ୍-ଲାଇନ୍ ମାଧ୍ୟମରେ ଇ-ଟ୍ରାନଜିଟ୍ ପାସ୍ ବ୍ୟବସ୍ଥା କରାଯାଇଛି , ଯାହାକି ୩୨ ଘଣ୍ଟା ପର୍ଯ୍ୟନ୍ତ ଏହି ପାସ୍ ବଳବତ୍ତର ରହିବ ବୋଲି ଟାଙ୍ଗୀ ତହସିଲଦାର ଓ ଷ୍ଟିଲ୍-ଆଣ୍ଡ୍-ମାଇନ୍ସ ବିଭାଗର ମାଇନିଂ ଅଧିକାରୀ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ତହସିଲ ଅଧିନରେ ଥିବା ସୈରାତ ମାନଙ୍କ ଉପରେ ଷ୍ଟିଲ୍-ଆଣ୍ଡ୍-ମାଇନ୍ସ ବିଭାଗ ସମସ୍ତ ଦାଇତ୍ଵ ନିର୍ବାହ କରିବ ବୋଲି ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।
More Stories
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର
ବୋଲଗଡ଼ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଯୁବ ବ୍ୟବସାୟୀ ଗଣେଶଙ୍କ ହୃଦଘାତରେ ପରଲୋକ ।