ରିପୋର୍ଟ : ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା ରେଳ ଷ୍ଟେସନରୁ ଜବତ ହୋଇଛି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୁଲ୍ୟର ବ୍ରାଉନ ସୁଗର। ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି। ବୁଧବାର ଦିନ ଆରପିଏଫ୍ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ରେଳ ଷ୍ଟେସନ କାର ପାର୍କିଂ ଏରିଆରୁ ଏହି ଦୁଇଜଣ ଅଭିଯୁକ୍ତ ରାଜୀବ ବେହେରା ଏବଂ ଅଙ୍କୁଶ ଭଗତ ଙ୍କୁ ଗିରଫ କରାଯାଇଥିଲା। ଉଭୟ ଝାରସୁଗୁଡାରୁ ଏହି ବ୍ରାଉନ ସୁଗର ଆଣିଥିଲେ। ଏ ବାବଦରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l