ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଶ୍ରୀ ଶ୍ରୀ ଅଗ୍ନିଶ୍ୱର ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମବାସୀ ତଥା ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ନିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଗ୍ରାମର ବହୁ ବୁଦ୍ଧିଜୀବୀ,ଯୁବକ ଯୋଗଦେଇ ଆଗାମୀ ଦିନରେ ଯେପରି ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ସେ ନେଇ ସମସ୍ତେ ନିଜର ମତ ରଖିଥିଲେ | ଏଥି ଅବସରରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା | ପାଞ୍ଜି ଅନୁସାରେ ଆଗକୁ ସମସ୍ତ ବୈଦିକ କାର୍ଯ୍ୟ କରାଯିବା ସହ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରାଯିବା ନେଇ ମତ ପ୍ରକାଶ ପାଇଥିଲା | ତେବେ ଗ୍ରାମବାସୀଙ୍କ ଅନୁମୋଦନ କ୍ରମେ ନୂତନ କମିଟିରେ ସଭାପତି ଭାବେ ପ୍ରଦୀପ ପାତ୍ର,ଉପ ସଭାପତି ଭାବେ ସନ୍ତୋଷ ଜେନା, ସମ୍ପାଦକ ଭାବେ ବଳରାମ ସାହୁ, ସହ ସମ୍ପାଦକ ପ୍ରମୋଦ ସାହୁ, କୋଷାଧକ୍ଷ ଭାବେ ସନ୍ତୋଷ କୁମାର ସାହୁ ମନୋନୀତ ହୋଇଥିଲେ | ଏହି ବୈଠକରେ ପୁର୍ଣଚନ୍ଦ୍ର ବେହେରା, ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି, ସରୋଜ ସାହୁ,ସନ୍ତୋଷ କୁମାର ଜେନା, ରଘୁନାଥ ସାହୁ,ସନ୍ତୋଷ ସାହୁ, ନାରାୟଣ ଜେନା, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ |
More Stories
ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବାକେନ୍ଦ୍ର ଢଉଙ୍ଗା ସ୍ଥିତ ଶୂନ୍ୟ ଏକାଉଣ୍ଟ୍ ଖୋଲା କାର୍ଯ୍ୟକ୍ରମ।
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା l
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା।