ବିଜେଡି ଛାଡି ବିଜେପିରେ ଯୋଗଦେଲେ ବହୁ ଜନପ୍ରତିନିଧି
ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁମଣ୍ଡଳ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି | ଏହି ମିଶ୍ରଣ ପର୍ବରେ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରିବା ସହ ବିଜେପି ରେ ଯୋଗ ଦେଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତା ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |ନିର୍ବାଚନ ସମୟରେ ପ୍ରତିକୂଳ ପରିସ୍ଥିତିରେ ବିଜେପି ସହିତ ଯେଉଁ କାର୍ଯ୍ୟକର୍ତ୍ତା ମାନେ ଥିଲେ ସେମାନଙ୍କୁ ବିଶେଷ କୃତଜ୍ଞତା ଜଣାଇବା ସହିତ ବର୍ତମାନ ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନୀତି ଆଦର୍ଶ ମାନି ଦଳରେ ଯୋଗ ଦେଲେ ସମସ୍ତଙ୍କୁ ଅଭିବାଦନ ଜଣାଇ ଥିଲେ ବିଧାୟକ | ବିଜେପି ଏକ ପରିବାର, ଏହି ପରିବାରରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ ସନମାନ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ନିଜ ଅଭିଭାଷଣରେ କହିଥିଲେ ଶ୍ରୀ ନାୟକ | ତେବେ ମିଶ୍ରଣ ପର୍ବର ଅବ୍ୟବାହିତ ପୂର୍ବରୁ ମାନ୍ୟବର ବିଧାୟକଙ୍କୁ ସୁମଣ୍ଡଳ ମେଡିକାଲ ଛକ ଠାରୁ ବାଜା, ରୋଷଣୀ ସହିତ ଏକ ବାଇକ ରାଲିରେ ସ୍ଥାନୀୟ କଲ୍ୟାଣ ମଣ୍ଡପକୁ ସ୍ୱାଗତ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା | ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ଯୁବନେତା ଅଶୋକ ତାରିଣୀ, ସୁମଣ୍ଡଳ ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପାଣ୍ଡୀଙ୍କ ସମେତ ସ୍ଥାନୀୟ ଯୁବ ନେତୃବୃନ୍ଦ ଏହି ମିଶ୍ରଣପର୍ବର ସମ୍ପୂର୍ଣ ଦାୟିତ୍ୱ ତୁଲାଇ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗ ଦେଇଥିଲେ | ଏହି ମିଶ୍ରଣ ପର୍ବରେ ବଡ ଖଇରି ଖମା ସରପଞ୍ଚ କାଶୀନାଥ ବେହେରା, ବେଗୁନିଆପଡା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ,ବରିଡା ସରପଞ୍ଚ ଭଗବାନ ସ୍ୱାଇଁ, ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି, ଏସ. ଛଚିନା ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋରଞ୍ଜନ ନାୟକ,ତାଳସର ପଞ୍ଚାୟତ ସମିତିସଭ୍ୟ ମାଧବ ରାଉତ,ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ବେଗୁନିଆପଡା ମଣ୍ଡଳ ପ୍ରତିନିଧି ସିମାଞ୍ଚଳ ମାହାନ୍ତି,ସିମାଞ୍ଚଳ ନାୟକ ଚନ୍ଦ୍ର ମୋହନ ଜେନା ପ୍ରମୁଖ ମଞ୍ଚାସିନ ଥିଲେ | ବସନ୍ତ ଭୂୟାଁ ମିଶ୍ରଣ ପର୍ବ ପରିଚାଳନାରେ ସହଯୋଗ କରିଥିଲେ | ତେବେ ଏସ. ଛଚିନା ପଞ୍ଚାୟତର ସରପଞ୍ଚ ଏବଂ ଚନ୍ଦନପୁର ସମିତିସଭ୍ୟା ବିଜେପିରେ ଯୋଗ ଦେବା ପରେ ଏହା ରାଜନୈତିକ ମହଲରେ ବେଶ ଆଲୋଚନାର ବିଷୟବସ୍ତୁ ପାଲଟିଛି | ବିଜେପିରେ ଏହି ମିଶ୍ରଣ ପର୍ବ ପରେ ବିରୋଧୀ ଏଣିକି କମେଣ୍ଟ ମରାରୁ ନିବୃତ ରହିବେ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି | ଏହି ମିଶ୍ରଣ ପର୍ବରେ ଏସ. ଛଚିନା ସରପଞ୍ଚ ଗୀତାଞ୍ଜଳି ସେଠି, ସମିତିସଭ୍ୟ ବୁଦ୍ଧିଆ ଦାସ,ନାଏବ ସରପଞ୍ଚ ଏମ.ଟୁନା ପାତ୍ର, ସୁଧାକର ପାତ୍ର,ସୁରେନ୍ଦ୍ର ନାଥ ବରାଡ଼ ଙ୍କ ସମେତ ଚନ୍ଦନପୁର ସମିତିସଭ୍ୟା ପ୍ରଭାସିନୀ ବେହେରା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ |
More Stories
ଏମ, ଚମ୍ପେଇତପୁର ରେ ବିଜେପି ର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଜୁତା
ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ଗଞ୍ଜାମ ଆର୍ଟ୍ସ ଟପର ସଂଯୁକ୍ତା