ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଚାଷୀ କୁଳର ଅପେକ୍ଷା
ରିପୋର୍ଟ :ଦେବାଶିଷ ମହାରଣା
କୋଦଳା, (ଆମ ଓଡିଶା ଖବର):ଚାଷୀଙ୍କ ନିମନ୍ତେ ଜଳସେଚନ ସୁବିଧା କରିବା ପାଇଁ ଅଣ୍ଟା ଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ | ଯାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ଅବଗତ କରାଇଥିବା ଜଣାପଡିଛି | ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଆଠଗଡ଼ ପାଟଣା, ବୁଢ଼ାମ୍ବ, ବାଉଁଶିଆ, ଗଙ୍ଗାପୁର ପଞ୍ଚାୟତ ଓ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କୌଣସି ନଦୀରୁ ଜଳ ସେଚନ ନିମନ୍ତେ ସୁବିଧା ନଥିବା କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ | କିନ୍ତୁ ଉପୋରକ୍ତ ଅଞ୍ଚଳ ଗୁଡିକରେ ବିଭିନ୍ନ କ୍ଷୁଦ୍ର ନଦୀ, ଘାଇ ଥିବା ସତ୍ୱେ ଚାଷୀ ଜଳସେଚନ ସୁବିଧା ପାଇ ପାରୁ ନାହାନ୍ତି | ତେଣୁ ଅନେକ ସମୟରେ ଜଳ ଅପଚୟ ହେଉଥିବାର ନଜିର ବି ରହିଛି | ତେଣୁ ଏହି ଅଞ୍ଚଳର ଉପର ମୁଣ୍ଡରେ ଧନେଇ ନଦୀ ପ୍ରବାହିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଧନେଇ କେନାଲକୁ ସମ୍ପ୍ରସାରଣ କରି ଅଞ୍ଚଳର ଜଳସେଚନ ସମସ୍ୟାକୁ ଦୁରିଭୁତ କରିବା ପାଇଁ ଚିଠି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ | ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁଵିଚାର କରି କେବେ ଏହି ପ୍ରକଳ୍ପକୁ ଅନୁମୋଦନ କରି ଚାଷୀଙ୍କ ହିତ ନିମନ୍ତେ କାର୍ଯ୍ୟାରମ୍ଭ ଆଦେଶ ଦେବେ ତାକୁ ନେଇ ଏବେ ଚାଷୀ କୁଳର ନଜର |
More Stories
ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବାକେନ୍ଦ୍ର ଢଉଙ୍ଗା ସ୍ଥିତ ଶୂନ୍ୟ ଏକାଉଣ୍ଟ୍ ଖୋଲା କାର୍ଯ୍ୟକ୍ରମ।
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା l
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା।