ଗଞ୍ଜାମ:( ଆମ ଓଡିଶା ଖବର):୧୮/୦୩: ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ହୋଇଥିବା ସଭା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ, ମୂଖ୍ୟ ବକ୍ତା ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ବି ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଆନନ୍ଦ ସାହୁ, ଯୁବ ସମାଜସେବୀ ମହେନ୍ଦ୍ର ପ୍ରସାଦ ପଣ୍ଡା, ବରିଷ୍ଠ ଅଧ୍ୟାପକ ଅମିୟ କୁମାର ସ୍ବାଇଁ, ଡଃ ଏ ଜିତେଶ ରାଓ ଦୋରା, ମୀନତି ଆଚାରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ମାନଙ୍କ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଭାକାର୍ଯ୍ୟ ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମବେତ ସଂଗୀତ ପରିବେଷଣ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସଲିଳା ନାୟକ, ଭକ୍ତଲତା ମହାପାତ୍ର,ଏ ଶିବାନୀ ଆଚାରୀ,ସୀମାଞ୍ଚଳ ଗୈ।ଡ, ଏନ୍ ମୁଦୁରାଜୁ ଦୋରା,ନବଘନ ପ୍ରଧାନ, ପ୍ରାକ୍ତନ କ୍ରୀଡ଼ା ଅଧ୍ୟାପକ ଭଂଜ କିଶୋର ଗୈ।ଡ, ନାରାୟଣ ବଡୁ,ପ୍ରଦେଶ କୁମାର ସ୍ବାଇଁ, ଶୁଭ ଲକ୍ଷ୍ମୀ ଖାଡଙ୍ଗା ,ଆଶୀଶ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବାକେନ୍ଦ୍ର ଢଉଙ୍ଗା ସ୍ଥିତ ଶୂନ୍ୟ ଏକାଉଣ୍ଟ୍ ଖୋଲା କାର୍ଯ୍ୟକ୍ରମ।
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା l
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା।