ଅଚଳ ଆମ୍ବୁଲାନ୍ସକୁ ସଚଳ କରିବା ପ୍ରୟାସ ସଫଳ ହେଲା
ବେଗୁନିଆପଡା:-(ଆମ ଓଡିଶା ଖବର):- କୋଦଳା ମେଡିକାଲକୁ ଦୀର୍ଘ ୩ ବର୍ଷ ପୂର୍ବେ(୨୦୨୨) ଆସିଥିବା ନୁଆଁ ଆମ୍ବୁଲାନ୍ସ ପଡି ରହିଥିବା ବେଳେ ପୂର୍ବତନ ବିଧାୟିକାଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହା ମେଡିକାଲ ପଡି ରହିଥିଲା । ଗତ ସରକାର ସମୟରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଙ୍କ ଦ୍ୱାରା ଏମ ଏଲ ଏ ହାତ ପାଣ୍ଠିରୁ ଏହି ଶବ ବୁହା ଆମ୍ବୁଲାନ୍ସ କୋଦଳା ମେଡିକାଲକୁ ପ୍ରଦାନ କରାଯାଇଥିଲା। କିନ୍ତୁ ଡ୍ରାଇଭର ନଥିବା ଯୋଗୁଁ ଏହି ଗାଡି ଦୀର୍ଘ ୩ ବର୍ଷରୁ ଅଧିକ ହେବ ପଡିରହିଥିଲା। କିନ୍ତୁ ବର୍ତ୍ତମାନର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ପ୍ରଚେଷ୍ଟା କ୍ରମେ ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ କୋଦଳା ଆର କେ ଏସ ବୈଠକରେ ଏହି ବିଷୟକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଡ୍ରାଇଭର ନିଯୁକ୍ତି କରି ଏହାକୁ ଚଳାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଆଜି ପୂର୍ବାହ୍ନରେ ଏହି ଶବ ବୁହା ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି | ପୂଜାବିଧି ଅନୁଯାୟୀ ଏହି ଆମ୍ବୁଲାନ୍ସର ଶୁଭ ଉଦଘାଟନ କରିଥିଲେ ଅଧ୍ୟକ୍ଷ ଶ୍ରୀ ନାୟକ | ଏହା ସହ ଏହି ଆମ୍ବୁଲାନ୍ସ ନିମନ୍ତେ ଖୁବ ଶୀଘ୍ର ଏକ ହେଲ୍ପଲାଇନ ନମ୍ବର ଜାରୀ କରାଯିବ ବୋଲି କହିଥିଲେ | ଯେ କୌଣସି ସମୟରେ ଜନ ସାଧାରଣ ଏହାର ସେବା ପାଇ ପାରିବେ ବୋଲି କହିଥିଲେ ଅଧ୍ୟକ୍ଷ |ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥୀ, କୋଦଳା ମେଡିକାଲ ଅଫିସର ଡା ଆଦିତ୍ୟ ପ୍ରସାଦ ସାହୁ, ବି ପି ଏମ ସନ୍ତୋଷ କୁମାର ପଣ୍ଡା, ବିଭୁତି ଭୂଷଣ ପାଣ୍ଡି ପ୍ରମୁଖ ଉପସ୍ଥିତ ରହି ଏହି ଗାଡିର ଶୁଭାରମ୍ଭ କରିଥିଲେ। ସ୍ୱତନ୍ତ୍ର ଭାବେ ଏକ ମହିଳା ଏସ ଏଚ ଜି ଏହି ଆମ୍ବୁଲାନ୍ସ ଚଳାଇବା ପାଇଁ ଦାୟିତ୍ୱ ନେବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ କରାଯାଇଛି।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ