ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 24/8/23 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ହାରଭଙ୍ଗା ର ଶୁରୁଣ୍ଡୀ ଗ୍ରାମ୍ୟ ଜଙ୍ଗଲରୁ କାଠ ମାଫିଆ ମାନେ ମୂଲ୍ୟ ବାନ ଶାଗୁଆନ କାଠ ଚୋରି କରି ସିଧାସଳଖ ବନ ବିଭାଗ କୁ ଚାଲେଞ୍ଜ କରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତ ମାନେ ବନ ବିଭାଗ ର ନାକ ତଳେ ରହି ଏଭଳି କାମ କରିବା ବିଭାଗ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ସରକାର ଲୋପ ପାଉଥିବା ଜଙ୍ଗଲ ର ପୁନର୍ଜୀବିତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୂଲ୍ୟବାନ ଗଛ ଲଗାଉ ଥିବା ବେଳେ ଦୁର୍ବୃତ୍ତ ମାନେ ସେସବୁ କୁ ଖୋଲା ଖୋଲି ଚାଲେଞ୍ଜ କରି କାଟି ନେଇଯାଉଛନ୍ତି ଓ ସେଗୁଡିକ ସଫା କରି ଚାଷ ଜମି ତିଆରି କରି ଚାଷ କରି ନିଜ ଅକ୍ତିଆର କୁ ନେଇଯାଉଛନ୍ତି।ଏପଟେ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମ୍ୟ ଜଙ୍ଗଲ କମିଟି, ବିଭାଗ ତରଫରୁ ଫରେଷ୍ଟ ଗାର୍ଡ, ୱାଚର୍ ପ୍ରଭୃତି ନିଯୁକ୍ତି ଦିଆ ଯାଇଥିଲେ ମଧ୍ୟ, କେଉଁଠି ନା କେଉଁଠି ବନବିଭାଗ ର କର୍ଯ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ସୁରୁଣ୍ଡି ଓ କୋଚିଲାଖାଇ ମୌଜା ର ପ୍ଲଟ ନମ୍ବର 54,56,57 ଓ 61 ରେ ହୋଇଥିବା ଜଗନ୍ନାଥ ବନପ୍ରକଳ୍ପ ଓ ସୁରୁଣ୍ଡି ଗ୍ରାମ୍ୟ ଜଙ୍ଗଲ ଭିତରେ ବନବିଭାଗ ଦ୍ଵାରା ହୋଇଥିବା ଆଡିବନ୍ଧ କୁ ଭାଙ୍ଗି ଚାଷ ଜମି ରେ ପରିଣତ କରି ଜବର ଦଖଲ କରାଯାଇଅଛି। ଏ ଦିଗରେ ରାଜସ୍ବ ଓ ବନବିଭାଗ ଦ୍ୱାରା କୌଣସି ଠୋସ ପଦକ୍ଷେପ ନିଆ ଯାଉନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଯାହା ଫଳରେ ସରକାରୀ ଜମି ଗୁଡିକ ଲୋକ ମାନେ ନିଜ ଅକ୍ତିଆର କୁ ନେଇଗଲେଣି। ତେଣୁ ପ୍ରଶାସନ ତରଫରୁ ଉଚିତ୍ ପଦକ୍ଷେପ ନିଆ ଯାଇ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବୀ ହେଉଛି।


More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance