ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା (ଆମ ଓଡ଼ିଶା ଖବର ) ଆଜି ଶାନ୍ତି ଶକ୍ତି ଭଵନ ଦ୍ଵାରା ପବିତ୍ର ବିଜୟl ଦଶମୀ ପର୍ବ ଅବସରରେ ଶାନ୍ତି ସନ୍ଦେଶ ଯାତ୍ରା ସହର ପରିକ୍ରମା କରିଥିଲାl ଯାତ୍ରା ଅବସରରେ ସହରବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇବା ସହିତ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ରାଜଯୋଗ ଆଧାରରେ ଆତ୍ମିକ ଶକ୍ତିକୁ ଜାଗ୍ରତ କରିବା ଦ୍ୱାରା ବିଷମ ପରିସ୍ଥିତିରେ ଉଚିତ୍ ନିର୍ଣ୍ଣୟ ନେବା ସମ୍ଭବ ହୁଏ ଏବଂ ନିଜ ଭିତରେ ଥିବା ରାବଣକୁ ଦମନ କରିବl ହିଁ ପ୍ରକୃତ ଦଶହରା ଅଟେ l
ସହର ପରିକ୍ରମା କରିବା ସମୟରେ ଚୈତନ୍ୟ ରଥରେ ରଥାରୂଢ ଚୈତନ୍ୟ ଦେବି ରୁପେ ବ୍ରହ୍ମାକୁମାରୀ ସବୁ ବରଦାନୀ ମୁଦ୍ରାରେ ରହି ଦୃଷ୍ଟି ଓ ବୃତ୍ତି ଦ୍ୱାରା ସମସ୍ତଙ୍କୁ ଈଶ୍ୱରୀୟ ଆଶୀର୍ବାଦର ଅନୁଭବ କରାଉଥିଲେ lଏହି ଶୋଭା ଯାତ୍ରାରେ ଆସିକା,କବିସୂର୍ଯ୍ୟନଗର, ଧରାକୋଟ, ପାଟ୍ଟପୁର,ଶେରଗଡ଼ ଆଦି ବ୍ଲକରୁ ଶତାଧିକ ଭାଇ ଭଉଣୀ ସହର ପରିକ୍ରମା କରି ନିଜର ଶୁଭଭାବନା ଓ ଶୁଭକାମନା ବ୍ୟକ୍ତ କରିଥିଲେ.l
More Stories
ଶ୍ରୀ ଶ୍ରୀ ଅଗ୍ନିଶ୍ୱର ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ
ବିଦ୍ୟୁତ ବିଭାଗର ଅବହେଳାରୁ ଅଘଟଣ ଆଶଙ୍କା
ଦୋଳ ପୁର୍ଣିମା ଉପଲକ୍ଷେ ପୌରାଣିକ ନାଟକ ମଞ୍ଚସ୍ଥ