ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ପ୍ରତ୍ୟେକ ଗାଁ, ରାସ୍ତା ପାର୍ଶ୍ଵ ତଥା ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି ଏଠିକାର ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି | ଶ୍ରୀ ସେଠି ଙ୍କ ପତ୍ନୀ ସରପଞ୍ଚ ହେବା ପରଠାରୁ ଲୋକଙ୍କ ସୁବିଧା ଅସୁବିଧା ପ୍ରତି ପ୍ରତ୍ୟେକ୍ଷ ଭାବେ ଲୋକ ସମ୍ପର୍କରେ ରହି ସେବା ଜାରୀ ରଖିଥିବା ବେଳେ ପଞ୍ଚାୟତ ପରିବେଶକୁ ସ୍ୱଚ୍ଛ ପରିମଳ କରିବା ପାଇଁ ଅଭିନଵ ଚେଷ୍ଟା ଜାରୀ ରଖିଛନ୍ତି | ଏହି ପରିପ୍ରେକ୍ଷୀରେ ଗତକାଲି ଗାନ୍ଧୀ ଜୟନ୍ତୀ ଠାରୁ ସେ ଏହି କାର୍ଯ୍ୟକ୍ରମ ହାତକୁ ନେଇ ଗୁରୁବାର ଅଙ୍ଗାରଗାଁ ବଡ଼ଦାଣ୍ଡ ଠାରୁ ଗୋବର୍ଧନ ନାଳ ଏଵଂ ଅଙ୍ଗାରଗାଁ ଠାରୁ ନୂଆଗଡ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵ ମେସିନ ସାହାଯ୍ୟରେ ସଫା କରିବା ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି | ସେହି ନୂଆଗଡର କିଛି ସ୍ଥାନରେ ବି ସ୍ୱଚ୍ଛ କରିବା ପାଇଁ ପଦକ୍ଷେପ ନେଇଛନ୍ତି | ଏଥିରେ ସହଯୋଗ କରୁଛନ୍ତି ସ୍ଥାନୀୟ ଯୁବ ଗୋଷ୍ଟୀ | ସରପଞ୍ଚ ପ୍ରତିନିଧିଙ୍କ ଏଭଳି ପ୍ରଚେଷ୍ଟାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି |
More Stories
ପୁସ୍ତପୁର ନିକଟସ୍ଥ ହନୁମାନ ବାଟିକାରେ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ରେଡ କ୍ରସ ଦିବସ ପାଳିତ