ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ସ୍ଥିତ ବଡ଼ ସାହି ପୂଜା ମଣ୍ଡପରେ ମହା ଆଡମ୍ବର ସହକାରେ ପୂଜା ପାଉଛନ୍ତି ବିଘ୍ନେଶ୍ୱର ମହା ବିନାୟକ | ଦୀର୍ଘ ବାର ବର୍ଷ ଧରି ଚାଲି ଆସିଥିବା ଏହି ପୂଜା ପରମ୍ପରାରେ ଚଳିତ ବର୍ଷ ବାର ବର୍ଷ ପୂର୍ତ୍ତି ହେବାକୁ ବସିଥିବାରୁ ଏହି ପୂଜା ମଣ୍ଡପକୁ ଦେଖିବା ସହିତ ଆଶୀର୍ବାଦ ନେବା ପାଇଁ ବହୁ ଭକ୍ତ ରୁଣ୍ଡ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି | ଏହି ବାର ବର୍ଷ ପୂର୍ତ୍ତି ଅବସରରେ କେ.ବରିଡା ଗ୍ରାମବାସୀ ବେଶ ସହଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି | ଶୁକ୍ରବାର ଦିନ ମହାପ୍ରଭୁ ଗଣେଶଙ୍କ ବିସର୍ଜନ କାର୍ଯ୍ୟକ୍ରମ ଥିଲା ବେଳେ ତିନି ଦିନ ଧରି ଭକ୍ତଙ୍କ ମନୋରଞ୍ଜନ ପାଇଁ ନୃତ୍ୟ, ପ୍ରବଚନ କାର୍ଯ୍ୟକ୍ରମ ମାନ ଚାଲୁ ରହିଛି | ଶନିବାର ଦିନ ନିରାକାରପୁରର ସାଇ ଡ୍ୟାନ୍ସ ଗ୍ରୁପ ଡ୍ୟାନ୍ସ ପ୍ରଦର୍ଶନ କରିଥିବା ବେଳେ ରବିବାର ରାତିରେ ବିଶିଷ୍ଠ ପ୍ରବକ୍ତା ପଣ୍ଡିତ ଶ୍ରୀ ବୀରେନ୍ଦ୍ର ନାଥ ପଣ୍ଡା ନିଜର ପ୍ରବଚନ ମାଧ୍ୟମରେ ଭକ୍ତଙ୍କ ନିମନ୍ତେ ଅମୃତବାଣୀ ଶୁଣାଇଥିଲେ | ସୋମବାର ଦିନ ଭୁବନେଶ୍ୱର ର ସଂଗୀତ ରାଗିଣୀ ଅନୁଷ୍ଠାନ ତରଫରୁ ସଂଗୀତ ଭିତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମରେ ଟୁଟୁ ବେହେରା, ଅନନ୍ତ କୁମାର ସାହୁ, ରାମକୃଷ୍ଣ ବେହେରା, ଆକୁଳ ବେହେରା, ସୁଶାନ୍ତ ବେହେରା, ହରିହର ବେହେରା, ମନୋରଞ୍ଜନ ପ୍ରଧାନ, ଜିତୁ, ବାବୁ, ଆଲୋକ ପ୍ରମୁଖ ସହଯୋଗ କରିଥିଲେ | ସେହିପରି ବଡ଼ ସାହି ସ୍ଥିତ ଅନ୍ୟଏକ ପୂଜା ମଣ୍ଡପରେ ଦୀର୍ଘ ଏକୋଇଶି ବର୍ଷ ଧରି ଚାଲି ଆସିଥିବା ଗଣେଶ ପୂଜା ବେଶ ନିରାଡ଼ମ୍ବର ସହକାରେ ପୂଜାଵିଧି ହୋଇ ଆସୁଛି | ପୂଜା ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ କୁମାର ପାତ୍ର, ଅସିତ କୁମାର ବେହେରା, ରାମ ଶଙ୍କର ପ୍ରଧାନ, ଭଜହରି ବେହେରା, ପ୍ରଦୀପ ପାତ୍ର ଙ୍କ ମିଳିତ ସହଯୋଗରେ ଦୀର୍ଘ ବର୍ଷ ଧରି ଏହି ପୂଜା ରୀତିନୀତି ମଧ୍ୟରେ ଚାଲି ଆସୁଛି | ଭକ୍ତଙ୍କ ନିମନ୍ତେ ପ୍ରତ୍ୟେହ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି | ଏହି ବଡ଼ ସାହି ପୂଜା ମଣ୍ଡପର ପୂଜା ଵିଧି କାର୍ଯ୍ୟକ୍ରମକୁ ଲିପୁ, ପପୁ, ରିସି, ପ୍ରମୋଦ, ମୁନା, ଝୁନା, ପ୍ରମୁଖ ଯୋଗଦେଇ ସହଯୋଗ କରି ଆସୁଛନ୍ତି |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l