ହିଞ୍ଜିଳିକାଟୁ (ଆମ ଓଡ଼ିଶା ଖବର )ବର୍ତ୍ତମାନ ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ବାର୍ଦ୍ଧକ୍ୟ ଯୋଜନା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ଉପଯୁକ୍ତ ବୟସରେ ମଧ୍ୟ ପୁରୁଷ ଓ ମହିଳା ମାନେ ବାର୍ଦ୍ଧକ୍ୟ ଭତ୍ତା ପାଇପାରୁନାହାନ୍ତି କି ସରକାରୀ ଯୋଜନାରୁ ଲାଭ ପାଉନାହାନ୍ତି । ଯାହା ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ ନେତାଙ୍କ ସମର୍ଥକ ସହ ଅତିପାଖ ଲୋକ ସରକାରଙ୍କ ଯୋଜନା ହାତେଇ ଥିବା ବେଳେ ସାଧାରଣ ଜନତା ଏବଂ ଯୋଗ୍ଯ ହିତାଧିକାରୀ ମାନେ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ସୁଚନା ପ୍ରକାରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପୌର ପରିଷଦର ୨୧ଟି ଓ୍ବାର୍ଡର କିଛି ଯୋଗ୍ୟ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ ନେତାଙ୍କ ସହୋଯୋଗୀ ମାନେ ପାଉଥିବା ବେଳେ ପ୍ରକୃତ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ କହିବା ପ୍ରକାରେ ବୟସରେ ତାଳମେଳ ନଥାଇ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଆମ୍ଭେ ଯୋଗ୍ୟ ବିବେଚିତ ଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଯାଇଛୁ । ସ୍ଥାନୀୟ ପୌରପରିଷଦର ଜନପ୍ରତିନିଧି ଓ ଦଳୀୟ ନେତାଙ୍କ ସହିତ କିଛି କର୍ମଚାରୀଙ୍କ ମଧୁଶାଳାରେ ପାତରଅନ୍ତର ନୀତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ଯ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ନେଇ ସମସ୍ତ ଗଞ୍ଜାମ ପଶ୍ଚିମ କଂଗ୍ରେସ କମିଟିର ପୁର୍ବତନ ସାଧାରଣ ସମ୍ପାଦକ ରାମ ନାରାୟଣ ବିଶ୍ବାସରାୟ , ପୁର୍ବତନ ହିଞ୍ଜିଳି ନଗର କଂଗ୍ରେସ ସଭାପତି ରଂଜିତ କୁମାର ପୋଲାଇ , ସ୍ଥାନୀୟ ପୌରପରିଷଦର ପୁର୍ବତନ କାଉନସିଲର ପ୍ରମୁଖଙ୍କ ସମତେ କିଛି ବୁଦ୍ଧିଜୀବି ମାନେ ଦାବି ରଖିଛନ୍ତି ।
ପାତରଅନ୍ତର ନୀତିରେ ଚାଲିଛି ବାର୍ଦ୍ଧକ୍ୟ ଭତ୍ତା ,ହିଞ୍ଜିଳି କଂଗ୍ରେସର ତଦନ୍ତ ଦାବି ।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l