ଭୁବନେଶ୍ବର(ଦେବାଶିଷ ମହାରଣା):ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧୂର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍ ରେ ୩ ଟି,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ ରେ ୨ ଟି ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ରେ ୨ ଟି ମ୍ୟାଚ ଖେଳା ଯାଇଥିଲା।ଇସ୍କୋ ପଡିଆରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ ରେ ଆନ୍ଧ୍ରପ୍ରଦେଶ ଦଳ ରାଜସ୍ଥାନ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୬୪ ରନ ସଂଗ୍ରହ କରିଥିଲେ,ଯାହାର ପିଛା କରି ରାଜସ୍ଥାନ ଦଳ ୫ ୱିକେଟ ବିନିମୟରେ ୫୯ ରନ କରି ପରାସ୍ତ ହୋଇଛନ୍ତି।ସହି ଭଳି ୨ୟ ମ୍ୟାଚ ରେ ହରିୟାଣା ଦଳ ଛତିଶଗଡ ବିପକ୍ଷ ରେ ବ୍ୟାଟିଂ କରି ୯ ୱିକେଟ ବିନମୟରେ ୮୦ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଛତିଶଗଡ ଦଳ ୮ ୱିକେଟ ବିନିମୟରେ ୩୩ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି। ହାଇଟେକ ପଡିଆରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ ରେ ମଧ୍ୟପ୍ରଦେଶ ଦଳ ତେଲେଙ୍ଗାନା ବିପକ୍ଷ ରେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୦୨ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ତେଲେଙ୍ଗାନା ଦଳ ୯ୱିକେଟ ହରାଇ ୨୪ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚ ରେ ମୁମ୍ବାଇ ଦଳ ବିହାର ବିପକ୍ଷ ରେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୬୮ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ବିହାର ଦଳ ୭ଓଭର ୫ ଟି ବଲ ଖେଳି ୨୮ ରନ ରେ ଅଲଆଉଟ ହୋଇ ପରାସ୍ତ ହୋଇଛନ୍ତି।ଇଷ୍ଟ କୋଷ୍ଟ ରେଲୱ ପଡିଆରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ ବେଙ୍ଗଲ ଦଳ ମହାରାଷ୍ଟ୍ର ଦଳ ବିପକ୍ଷ ରେ ବ୍ୟାଟିଂ କରି ୯୧ ରନ ସଂଗ୍ରହ କରି ଅଲଆଉଟ୍ ହୋଇଥୁଲେ ଯାହାର ପିଛା କରି ମହାରାଷ୍ଟ୍ର ଦଳ ୭ ୱିକେଟ୍ ବିନିମୟରେ ୭୨ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚ୍ ରେ ତାମିଲନାଡୁ ଦଳ ଗୁଜୁରାଟ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୭୮ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଗୁଜୁରାଟ ଦଳ୩୯ ରନ ରେ ଅଲାଆଉଟ୍ ହୋଇ ପରାସ୍ତ ହୋଇଛନ୍ତି।୩ୟ ମ୍ୟାଚ୍ ଟି ଚଣ୍ଡୀଗଡ ଦଳ ଜାମ୍ମୁ କାଶ୍ମୀର ବିପକ୍ଷ ରେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୪୮ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଜାମ୍ମୁ କାଶ୍ମୀର ୪ ୱିକେଟ୍ ବିନିମୟରେ ୪୯ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।
ତୃତୀୟ ଦିନରେ ୩ଟି ଷ୍ଟାଡିୟମ ରେ ଖେଳା ଯାଇଛି ଜାତୀୟ ମୁକ ବଧୂର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ l


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।