ନାଟକକୁ ଉଦଘାଟନ କଲେ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା
ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଭାଲିଆଝର ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ନାଟକ “ଆସିଛି ଏକା ଯିବି ମୁଁ ଏକା” ମଞ୍ଚସ୍ଥ ହୋଇ ଯାଇଛି | ଯୁବ ନାଟ୍ୟକାର ଶ୍ରୀ ରବୀନ୍ଦ୍ର ମହାରଣାଙ୍କ ବଳିଷ୍ଠ ନିଁର୍ଧେଶନା ରେ ଅନୁଷ୍ଠିତ ଏହି ନାଟକକୁ ବୁଧବାର ରାତିରେ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଣ୍ଡା ଯୋଗ ଦେଇ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସୁମଣ୍ଡଳ ସରପଞ୍ଚ ଶ୍ରୀ ଶିବ ଶଙ୍କର ବାରିକ ଓ ସମିତି ସଭ୍ୟ ଶ୍ରୀ ସନ୍ତୋଷ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ନାଟକର ଉଦଘାଟନି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବରିଷ୍ଠ ନେତା ମହେଶ୍ୱର ବରାଡ଼,ପୂବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ଭୂୟାଁ, ଆସିକା ସମବାୟ ନିର୍ଧେଶକ ହୃଷିକେଶ ମେହେଣା ଙ୍କ ସମେତ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା,ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ ସ୍ୱାଇଁ, କାଳିମେଘି ସରପଞ୍ଚ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ, ମର୍ଦକୋଟ ସରପଞ୍ଚ ସନ୍ତୋଷ ବିଶ୍ୱାଳ,ସାଙ୍କୁଡ଼ା ପୂର୍ବତନ ସରପଞ୍ଚ ସନ୍ତୋଷ ସାହୁ, ସାଙ୍କୁଡ଼ା ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ନାଥ ତିଆଡ଼ି, ସାଙ୍କୁଡ଼ା ନାଏବ ସରପଞ୍ଚ ଗଦାଧର ପ୍ରଧାନ, ଅଙ୍ଗାରଗାଁ ସମିତିସଭ୍ୟ ଅଶୋକ ସେଠି, କୁମ୍ଭାରଗାଁ ସରପଞ୍ଚ ପ୍ରତିନିଧି ରଞ୍ଜନ ପ୍ରଧାନ, ଘୋଡାପଡା ସରପଞ୍ଚ ନୃସିଂହ ପ୍ରଧାନ, ସମାଜସେବୀ କାଳୁ ବିଶୋଇ ପ୍ରମୁଖ ଯୋଗଦେଇ ନାଟକର ଉଦଘାଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ |
ନାଟକଟି କୁ ଶାନ୍ତି ଶୃଙ୍ଖଳାର ସହିତ ଉପଭୋଗ କରି ଶିକ୍ଷଣୀୟ ବାର୍ତ୍ତାକୁ ଗ୍ରହଣ କରିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି | ଏହା ସହ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଯୁବ ନାଟ୍ୟ ସଂସଦ ତରଫରୁ ଆୟୋଜିତ ସତର ତମ ନାଟକ ମଞ୍ଚସ୍ଥ ହୋଇ ଥିବାରୁ ଆୟୋଜକଙ୍କ ସମେତ ଭାଲିଆଝର ଗ୍ରାମବାସୀଙ୍କୁ ବେଶ ଧନ୍ୟବାଦ ଅର୍ପଣ କରିଥିଲେ | କଳା ଓ ସଂସ୍କୃତିର ମାଟି ଗଞ୍ଜାମ ଜିଲ୍ଲାରେ ସବୁ ସମୟରେ ଦାସକାଠି ଠାରୁ ଆରମ୍ଭ କରି ରାମାୟଣ, ମହାଭାରତ ଭଳି ପୌରାଣିକ ନାଟକ ମଞ୍ଚସ୍ଥ ହେଉ ଥିବାରୁ ଗଞ୍ଜାମ ମାଟିର ଏହି କଳା କୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ ବରିଷ୍ଠ ନେତା ମହେଶ୍ୱର ବରାଡ଼ | କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମହେନ୍ଦ୍ର ଗୌଡ଼, ବସନ୍ତ କୁମାର ବାରିକ,ଅବସର ପ୍ରାପ୍ତ ଶିକ୍ଷକ ବିନାୟକ ସାହୁ,ଜୟ ବିଶ୍ୱାଳ, ହରିହର ସ୍ୱାଇଁ ଙ୍କ ସମେତ ଯୁବନେତା ରାକେଶ ସାହୁ,ବାବୁ ଓ ଅନ୍ୟମାନେ | ନାଟକ ପ୍ରାରମ୍ଭରେ ସୁମଣ୍ଡଳର ସ୍ମାଇଲ ଡ୍ୟାନ୍ସ ଗ୍ରୁପ ଦର୍ଶକଙ୍କ ମନ ମୋହିଥିବା ବେଳେ ନାଟକରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚ କୋଟିର ହୋଇ ଥିବାରୁ ଦର୍ଶକ ବେଶ ପସନ୍ଦ କରିଥିବା ଜଣାପଡିଛି |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l