ରିପୋର୍ଟ :ରାକେଶ ମହାରଣା
ଖଲିକୋଟ, (ଆମ ଓଡ଼ିଶା ଖବର):ଶିକ୍ଷକ ହେଉଛନ୍ତି ଦେଶ ଓ ଜାତିର ମେରୁଦଣ୍ଡ, କିନ୍ତୁ ଯେତେବେଳେ ଜଣେ ଶିକ୍ଷକଙ୍କୁ ବଦନାମ କରିବା ପାଇଁ କିଛି କୁଚକ୍ରୀ ଗୋଷ୍ଟୀ ଅଣ୍ଟା ଭିଡନ୍ତି ସେତେବେଳେ ଆପଣ ୟାକୁ କଣ କହିବେ?ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଜଣେ ଶିକ୍ଷକଙ୍କ ଜୀବନରେ | ସାମାଜିକ ଗଣମାଧ୍ୟମର ଏକ ୱେବ ପୋର୍ଟାଲରେ କିଛି ଅସାମାଜିକ ଶ୍ରେଣୀୟ ଲୋକେ ଶିକ୍ଷକଙ୍କ ସହିତ ଜଡିତ କିଛି ମିଥ୍ୟାତଥ୍ୟକୁ ନେଇ ଅତି ରଂଜିତ ଭାବେ ଖବର ପରିବେଷଣ କରି ଉକ୍ତ ଶିକ୍ଷକଙ୍କୁ ବଦନାମ କରିବା ଭଳି ଚିତ୍ରଣ କରାଯାଇଛି | ଆମେ କହୁଛୁ ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠି ଙ୍କ କଥା | ଯିଏକି ବର୍ତମାନ ଖଲ୍ଲିକୋଟ ବ୍ଲକରେ ସିଆରସିସି ଭାବେ କାର୍ଯ୍ୟରତ | କିନ୍ତୁ ଗତ କିଛି ଦିନ ହେବ ଏକ ୱେବ ପୋର୍ଟାଲ ପଇସା ଲୋଭରେ ତାଙ୍କ ପଛରେ ପଡି ପ୍ରକାଶ ଙ୍କୁ ବଦନାମ କରିବାକୁ ପଛାଉନାହିଁ | ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଥିବା ଜଣେ ମେଳାପୀ ଶିକ୍ଷକଙ୍କୁ ଏଭଳି ବଦନାମ କରିବା କେତେଦୂର ଠିକ? ଜଣେ ଶିକ୍ଷକଙ୍କୁ ପଇସା ମାଗି ଖରାପ ଚିତ୍ରଣ କରିବା ପଛରେ ଉଧ୍ୟେଶ୍ୟ କଣ? ସମାଜ ପାଇଁ ଶିକ୍ଷକଙ୍କ ଆବଶ୍ୟକତା ଢେର ଅଧିକ ଥିବା ବେଳେ ଅସାମାଜିକ ମନ୍ତବ୍ୟ ଉଚ୍ଚାରଣ କରି ସାମାଜିକ ଗଣମାଧ୍ୟମରେ ଚିଲେଇ ଚିଲେଇ ଖରାପ ଇଙ୍ଗିତ କରୁଥିବା ନକଲି ସାମାଜିକ ଗଣମାଧ୍ୟମ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ? ତେବେ ଗୋଟିଏ ଘଟଣା ଏଥିରୁ ସ୍ପଷ୍ଟ ଯେ ଶିକ୍ଷକ ଙ୍କ ବିଗତ ଦିନର ଘଟଣା କ୍ରମକୁ ନେଇ ଶ୍ରୀ ସେଠି ସିଧା ସଳଖ ନିଜ ପ୍ରତିକ୍ରିୟାରେ ଖଣ୍ଡନ କରିଥିବା ବେଳେ ଆଗାମୀ ଦିନରେ ସେ ତାଙ୍କ ପରିବାର ସମେତ ଆଇନ ର ଆଶ୍ରୟ ନେବେ ବୋଲି ଜଣା ପଡିଛି |ଏଵଂ ସମ୍ପୃକ୍ତ ୱେବ ପୋର୍ଟାଲ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବେ ବୋଲି ଜଣା ପଡିଛି |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l