ରିପୋର୍ଟ :-ରଂଜିତ କୁମାର ପୋଲାଇ
ହିଞ୍ଜିଳିକାଟୁ :(ଆମ ଓଡ଼ିଶା ଖବର ) ସରକାରୀ ଜମି ମୁଖ୍ୟତଃ ସାମୁହିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ସାଧନ ପାଇଁ ବ୍ଯବହାର ହୁଏ ।କିନ୍ତୁ ସଂପ୍ରତି ତାକୁ ସରକାରୀ ଜମି ଗୁଡ଼ିକ ବେଆଇନ ଦଖଲରେ ରହିଥିବାରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଗୁଡିକରେ ବିକାଶ ବାଧାପ୍ରାପ୍ତ ହେଉଥିବାର ନଜର ରହିଛି । ଏଣୁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଉଁ ସରକାରୀ ଜମିଗୁଡିକ ବେଆଇନ ଦଖଲରେ ଅଛି ସେଗୁଡ଼ିକ ବେଦଖଲ କରାଯିବା ପରେ ଉକ୍ତ ଇଲାକାରେ ବାଡ ନିର୍ମାଣ କରି ସରକାରୀ ସମ୍ପତ୍ତି ବୋଲି ସାଇନବୋର୍ଡ ଲଗାଯିବ । ଏହି ଆଧାରରେ ରାଜ୍ୟ ସରକାରଙ୍କ ଲିଖିତ ନିର୍ଦ୍ଦେଶ ନାମା ସହ ସରକାରୀ ଜମିଗୁଡିକୁ ମଧ୍ୟ ଜବରଦଖଲ ମୁକ୍ତ କରିବାକୁ ଗଞ୍ଜାମ ଜିଲ୍ଲା ରାଜସ୍ବ ବୈଠକରେ ସମସ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋମପୁର ମୌଜାର ଗାଁର ଚାଷୀମାନଙ୍କ ବିକାଶ ନିମନ୍ତେ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଆଜି ପ୍ରାୟ ଏକ ଶହରୁ ଅଧିକ ଚାଷୀ ହିଞ୍ଜିଳି ତହସିଲଦାରଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୁଚନାପ୍ରକାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ତହସିଲ ଅନ୍ତର୍ଗତ ସୋମପୁର ମୌଜାର ଖାତା ନଂ୩୨୪ ପ୍ଳଟ ନମ୍ବର ୧୦୩୧ ,୧୦୩୧/୧୩୦୭ ସମନ୍ଧ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ନେଇ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟରେ ବହୁବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଇନଥିବା ବେଳେ ଆଜି ନୁଆଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିବା ପ୍ରକାରେ ଜବରଦଖଲ ମୁକ୍ତ କରିବା ପାଇଁ ପୋଚିଲିମା ପଞ୍ଚାୟତର ବହୁ ଲୋକଙ୍କ ସ୍ବାକ୍ଷର ସହିତ ଏକ ଦାବି ପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି କରିଛନ୍ତି । ଚାଷୀଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇ କିଛି ଅସାଧୁ କର୍ମଚାରୀଙ୍କ ପ୍ରଲୋଭନରେ ଉକ୍ତ ସରକାରୀ ଖାତାର ପ୍ଳଟ ନମ୍ବର ସେଟେଲମେଣ୍ଟ ନୁସାରେ ଜଳାଶୟକୁ ଓ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସରକାରୀ ଜମିକୁ ବର୍ତ୍ତମାନ ବ୍ଯବସାୟ ନେଇ ପ୍ଳଟିଂ କରି ବିକ୍ରୟ କରିବା ମସୁଧା କରିଅଛନ୍ତି । ଏଣୁ ଏକଶହରୁ ଉର୍ଦ୍ଧ୍ବ ଚାଷୀ ତଦନ୍ତ ସହିତ ଜବରଦଖଲ ମୁକ୍ତ କରି ଉକ୍ତ ଇଲାକାରେ ବାଡ ନିର୍ମାଣ କରି ସରକାରୀ ସମ୍ପତ୍ତି ବୋଲି ସାଇନବୋର୍ଡ ଲଗାଯିବ ଲାଗି ହିଞ୍ଜିଳିକାଟୁ ତହସିଲଦାରଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l